ବାଙ୍କୀ,(ନାଗରାଜ ନ୍ୟୁଜ): କଂଗ୍ରେସ ପକ୍ଷରୁ ଆଜି ବାଙ୍କୀ ଏସଡିପିଓ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଶତାଧିକ କଂଗ୍ରେସ ଏଥିରେ କର୍ମୀ ସାମିଲ । ଏମାନଙ୍କ ଦାବି ହେଉଛି କଳିପୋଇ, ଚଢ଼େଇବନ୍ଧ, ଖଜୁରୀପଦା ଗ୍ରାମ ଲୋକଙ୍କ ଉପରେ ପୋଲିସର ଉଦ୍ଦେଶ୍ୟ ମୂଳକ ଭାବେ ଜୁଲୁମ୍ ସହ ପକ୍ଷପାତିତା ନେଇ କଂଗ୍ରେସ କର୍ମୀଙ୍କ ଗିରଫ ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହିତ କଂଗ୍ରେସ୍ କର୍ମୀ ଭଗବାନ ପ୍ରଧାନ ଖଲାସ ଦାବି ଜଣାଇ କଂଗ୍ରେସ୍ ନେତା ଦେବାଶିଷ ପଟ୍ଟନାୟକ ନେତୃତ୍ୟୁରେ ଆଜି ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ ହୋଲି ଦିନ କଲିପୋଇ ଗ୍ରାମରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଉଦ୍ଦେଶ୍ୟ ମୂଳକ ଭାବେ ଭଗବାନ ପ୍ରଧାନ ଗିରଫ କରାଯାଇଥିବାକୁ କଂଗ୍ରେସ ପ୍ରତିବାଦ କରିଛି । ଯଥାଶୀଘ୍ର ତାଙ୍କୁ ଖଲାସ କରିବାକୁ ଦାବି । ଯେପର୍ଯ୍ୟନ୍ତ ପୋଲିସର ଜୁଲମ ତଥା ଉଦ୍ଦେଶ୍ୟ ମୂଳକ ଗିରଫ ବନ୍ଦ ନହୋଇଛି ସେତେ ଦିନ ଯାଏ ଏଭଳି କଂଗ୍ରେସ୍ ପକ୍ଷରୁ ଆନ୍ଦୋଳନ ଜାରିରହିବ ବୋଲି ଚେତାବନୀ ।