କଟକ, (ନାଗରାଜ ନ୍ୟୁଜ): କଟକ ସଦ୍ଗୁରୁ ହସ୍ପିଟାଲ ପକ୍ଷରୁ ଆଜି କଟକ କମିଶନରେଟ ପୋଲିସକୁ ଫାଷ୍ଟ-ଏଡ୍ କିଟ ଓ ଷ୍ଟ୍ରେଚର ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୦ଟି ଫାଷ୍ଟ-ଏଡ କିଟ ସହିତ ୧୦ଟି ଷ୍ଟ୍ରେଚର ପ୍ରଦାନ କରାଯାଇଛି । କଟକ ଡିସିପିଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଟକ ଡିସିପି ପିନାକ୍ ମିଶ୍ର ଓ ସଦ୍ଗୁରୁ ହସ୍ପିଟାଲ ନିର୍ଦ୍ଦେଶକ ରାହୁଳ ପ୍ରତ୍ୟୁଷ ମହାନ୍ତି ଏହାକୁ ଆଜି ପିସିଆର ଭ୍ୟାନରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି । ବିଗତ ଦିନରେ ସହରରେ ଅନେକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ସଂଙ୍ଗେ ସଂଙ୍ଗେ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ କି କ୍ଲିନିକ ଉପରେ ନିର୍ଭର କରିବାକୁ ପଡୁଥିଲା । ଏପିରିକି କୌଣସି ଆହତ ଲୋକଙ୍କୁ ଉଠାଇ ନେବା ମଧ୍ୟ କଷ୍ଟକର ହେଉଥିଲା । ତେବେ ଆଜି ସଦ୍ଗୁରୁ ହସ୍ପିଟାଲ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବାରୁ ଡିସିପି ପିନାକ ମିଶ୍ର ସ୍ୱାଗତ କରିଛନ୍ତି । ଏପିରିକି କଟକ କମିଶନରେଟ ପୋଲିସ ରେ ନୁହେଁ ବରଂ ଜିଲ୍ଲାରେ ଥିବା ପିସିଆର ଗାଡ଼ିରେ ଏହିଭଳି ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।