ଜନ ଶୁଣାଣି ଶିବିର ଅନୁଷ୍ଠିତ

ପୁରୀ,(ନାଗରାଜ ନ୍ୟୁଜ): ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ସ୍ଥ‍ାନୀୟ ସଦଭାବନା ସଭାଗୃହ ସମ୍ମିଳନୀ କକ୍ଷରେ ଏହି ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ଆଜି ୩୩ଟି ଅଭିଯୋଗର ଶୁଣାଣି ହୋଇଛି । ପ୍ରତ୍ୟେକ ମାସ ପ୍ରଥମ ସୋମବାର ଦିନ ମୁଖ୍ୟ କାର୍ଯ୍ୟାଳୟରେ ଏବଂ ଅନ୍ୟ ସୋମବାର ଗୁଡିକରେ ବିଭିନ୍ନ ବ୍ଲକରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥାଏ । ଆଜିର ଜନ ଶୁଣାଣିରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଡେପୁଟି କଲେକ୍ଟର ଶ୍ରୀମତୀ ଇତିଶ୍ରୀ ନାୟକ, ଶ୍ରୀ ପ୍ରଶାନ୍ତ କୁମାର ଜେନା, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦିଲ୍ଲିପ କୁମାର ପାଣି, ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ସଦର ବିଡିଓ ଶ୍ରୀ ସମ୍ବିତ ଶତପଥି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ, ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୪ଜଣଙ୍କୁ ହ୍ବିଲ ଚେୟାର, ୨ ଜଣଙ୍କୁ ଟ୍ରାଇ ସାଇକେଲ, ୮ ଜଣଙ୍କୁ ଶ୍ରବଣ ଯନ୍ତ୍ର, ୬ ଜଣଙ୍କୁ ପେନସନ, ଦୁଇ ଜଣଙ୍କୁ ବସ ପାସ୍, ୬ ଜଣଙ୍କୁ ରେଡକ୍ରସ ହାଇଜେନିକ କିଟ ମଧ୍ୟ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published.