ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ

ପୁରୀ,(ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଇନ ଗତ ବିବାଦ ସୃଷ୍ଟି ହୋଇ ଥିବା ବେଳେ ପୁରୀ ବିଧାୟକ ଙ୍କ ଭିନ ଭିନ ମତ କୁ ନେଇ ବେଶ ଚର୍ଚ୍ଚାର ବିଷୟ ହୋଇ ଥିଲା। ଅନେକ ମହଲରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମନ୍ତବ୍ୟ କଡା ସମାଲୋଚନା କରାଯାଇ ଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ସେ କେତେବେଳେ ସେ ରାଜ୍ୟ ସରକାର ଙ୍କୁ ସମାଲୋଚନା କରୁଥିଲେ ତ କେତେବେଳେ ସମର୍ଥନ କରିବା ମନ୍ତବ୍ୟ କୁ ବିଭିନ୍ନ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇ ଥିଲା । ତେବେ ପ୍ରସଙ୍ଗକୁ ନେଇ ଆଜି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଏକ ପ୍ରେସ ମିଟ ରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି କିଛି ଗଣମାଧ୍ୟମ ତାଙ୍କ ମନ୍ତବ୍ୟ କୁ ଭୁଲ ଭାବେ ପ୍ରସାରଣ କରୁଛନ୍ତି । ସେ କେବେବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ବିରୋଧ କରିନାହାନ୍ତି । ତେବେ ଆଇନ ଅନୁଯାୟୀ ସବୁ କିଛି ହେଉ ବୋଲି ସେ ସବୁବେଳେ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି କୋଟଲୋକ ଙ୍କ ଦେବତା । ତାଙ୍କ କାର୍ଯ୍ୟରେ କେହି ରାଜନୀତି କରିବା ଉଚିତ ନୁହେଁ ବୋଲି ସେ ସବୁବେଳେ କହିଛନ୍ତି । ଏଣୁ ଏହି ମତ କୁ ନେଇ ସେ ରାଜ୍ୟ ସରକାର ଙ୍କୁ ସମର୍ଥନ କରୁଥିବା ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ଭୁଲ । ସେ ବିଧାୟକ ହେବା ପରେ ସବୁ ପୁରୀ ବାସିନ୍ଦା ଙ୍କ ନେତା । ସେ କୌଣସି ଦଳର ନୁହେ ବୋଲି କହିଛନ୍ତି । ପୁରୀ ସହରର ଉନ୍ନତି ପାଇଁ ସେ ସବୁବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ସବୁ ପ୍ରକଳ୍ପ କୁ ସମର୍ଥନ କରୁଛନ୍ତି। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ଯେଉଁ ଆଇନ ଗତ ସମସ୍ୟା ସୃଷ୍ଟି ହୋଇଛି ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସହମତିରେ କାର୍ଯ୍ୟ ସାରିବାକୁ ପୁରୀ ବିଧାୟକ କହିଛନ୍ତି । ଏପରିକି ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ସେ ଚିଠି ଲେଖିଛନ୍ତି । ସେ ନିଜେ ଦିଲୀ ଯାଇ ପ୍ରକଳ୍ପ କୁ ନେଇ ଥିବା ଆଇନଗତ ସମସ୍ୟା ସମାଧାନ ନେଇ ଉପଯୁକ୍ତ ଫୋରମ ରେ ପ୍ରସଂଗ ଉଠାଇବେ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ।

Leave a Reply

Your email address will not be published.