ଉଦଯାପିତ ହେଲା ସ୍ବଚ୍ଛତା ପକ୍ଷ ପାଳନ ଦିବସ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ଵ୍ଲକ ସାରକୋଣା ପଞ୍ଚାୟତସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାରକୋଣା ପରିସରରେ ଦୀର୍ଘ ୧୫ ଦିନ ଧରି ସ୍ବଚ୍ଛ ଭାରତ ଅଭିଯାନ ତରଫରୁ ପାଳିତ ହୋଇ ଆସୁଥିବା ସ୍ବଚ୍ଛତା ପକ୍ଷ ଦିବସ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାରକୋଣା ସରପଞ୍ଚ ସୁଶାନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୱାର୍ଡ ସଭ୍ୟ ପ୍ରଦୀପ କୁମାର ଶିଅଳ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିବା ସିନିୟର, ଜୁନିୟର ଓ ସବ୍ ଜୁନିୟର ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ କୈଳାସ ଚନ୍ଦ୍ର ମାଝୀ, ଜମୁନା ବାରିକ, ଗୌରାଙ୍ଗ ଚରଣ ମୁଖି, ଇତିସ୍ମିତା ସେଠୀ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀ । ମୁଖ୍ୟ ପରିଚାଳନାରେ ଥିଲେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସ । ଶେଷରେ ଶିକ୍ଷୟିତ୍ରୀ ଜମୁନା ବାରିକ ଧନ୍ୟବାଦ ଦେଇଥିଲେ ।

ପ୍ରକାଶ ଥାଉକି-ବକୃତା ପ୍ରତିଯୋଗିତାରେ ସିନିୟର ବିଭାଗର ଅଭିଲିପ୍ସା ରାଉଳ ୧ମ, ଜ୍ଯୋତିର୍ମୟୀ ପାଣିଗ୍ରାହୀ ୨ୟ ଓ ଜୀବନଜ୍ଯୋତି ତରେଇ ୩ୟ, ଜୁନିୟର ବିଭାଗର ପ୍ରଜ୍ଞା ଶଙ୍ଖୁଆ ୧ମ, ଆୟୁଷ କୁମାର ଧିନ୍ଦା ୨ୟ ଓ ତେଜସ୍ ମଲ୍ଲିକ ୩ୟ, ସବ୍ ଜୁନିୟର ବିଭାଗର ପ୍ରଥମେଶ ମହାପାତ୍ର ୧ମ, କମଳଲୋଚନ ଧିନ୍ଦା ୨ୟ ଓ ସୁବାସିନୀ ଶିଅଳ ୩ୟ, ଚିତ୍ରାଙ୍କନ ପ୍ରତିଯୋଗିତାରେ ସିନିୟର ବିଭାଗର ରାଜଶ୍ରୀ ଶିଅଳ ୧ମ, ତନୁସୟା ସେଣ୍ଡ ୨ୟ ଓ ଆଦିତ୍ୟ ଶଙ୍କର ଦାସ ୩ୟ, ଜୁନିୟର ବିଭାଗର ଶିବ ପ୍ରସାଦ ଦାସ ୧ମ, ହରପ୍ରିୟା ସ୍ବାଇଁ ୨ୟ ଓ ସ୍ମୃତି ପ୍ରଜ୍ଞା ସାହୁ ୩ୟ, ସବ୍ ଜୁନିୟର ବିଭାଗର ପ୍ରଥମେଶ ମହାପାତ୍ର ୧ମ, କମଳଲୋଚନ ଧିନ୍ଦା ୨ୟ ଓ ଦିନେସ ପାତ୍ର ୩ୟ, ସେହିପରି ପ୍ରବନ୍ଧ ବିଭାଗରେ ସିନିୟର ବିଭାଗର ଶୁଭଙ୍କର ଶିଅଳ ୧ମ, ଆଦିତ୍ୟ ଶଙ୍କର ଦାସ ୨ୟ ଓ ତନୁସୟା ସେଣ୍ଡ ୩ୟ, ଜୁନିୟର ଆୟୁଷ କୁମାର ଧିନ୍ଦା ୧ମ, ତେଜସ ମଲ୍ଲିକ ୨ୟ ଓ ମୌସୁମୀ ଦାସ ୩ୟ, ସବ୍ ଜୁନିୟର ବିଭାଗରେ ସୁଗମ ପାତ୍ର ୧ମ, ଜିତେଷ ପାତ୍ର ୨ୟ ଓ ତୃପ୍ତିକ୍ରିଷ୍ଣା ମହାପାତ୍ର ୩ୟ ସ୍ଥାନ ଅଧିକାର କରିଥିଲେ । ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.