ରବୀନ୍ଦ୍ର ବେହେରା ଗୋବିନ୍ଦପୁର ସମବାୟ ସମିତି ସଭାପତି

ଖଇରା,(ନାଗରାଜ ନ୍ୟୁଜ): ରବୀନ୍ଦ୍ର ନାଥ ବେହେରା ଦ୍ଵିତୀୟ ଥରପାଇଁ ଗୋବିନ୍ଦପୁର ସେଵାସମବାୟ ସମିତିର ପରିଚାଳନା ବୋର୍ଡ଼ ସଭାପତି ଭାବେ 7 ଖଣ୍ଡ ଅଧିକ ଭୋଟ ପାଇ ବିଜୟ ହୋଇଛନ୍ତି . ଶୁକ୍ରବାର ଅନୁଷ୍ଠିତ ନିର୍ବାଚନ ରେ 15 ଜଣ ସଭ୍ୟଙ୍କ ମଧ୍ୟରୁ ବିଜେଡି ସମର୍ଥିତ ପ୍ରାର୍ଥୀ ଶ୍ରୀ ବେହେରା 11 ଜଣଙ୍କ ସମର୍ଥନ ପାଇଥିବା ବେଳେ ବିଜେପି ରୁ ନୀଳାମ୍ବର ପଣ୍ଡା ଙ୍କୁ 4 ଜଣ ସମର୍ଥନ କରିଥିଲେ . ବିଜୟ ଘୋଷଣା ପରେ ଶ୍ରୀ ବେହେରା ସମର୍ଥିତ ସଭ୍ୟ ଅନନ୍ତ ପ୍ରସାଦ ବାରିକ,ଅଜିତ ରାଉତ,ମୃତ୍ୟୁନଜୟ ଜେନା ,ଅଭିମନୁ ସାମଲ,ତୁଳସୀ ପଣ୍ଡା,ସରୋଜ ମହାକୁଡ଼,ଆରତୀ ନାୟକ,ସୁକାନ୍ତି ମଲିକ,ମାଳତୀ,ମହେଶ୍ୱର, ଙ୍କ ସହ ବିଜୟ ଉତ୍ସବ ପାଳନ କରିଥିଲେ . ଏହି ବିଜୟ ର ଶ୍ରେହ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗୋବିନ୍ଦପୁର ସେବା ସମବାୟ ସମିତି ଅଧୀନସ୍ତ ସମସ୍ତ ଚାଷିଙ୍କୁ ପ୍ରଦାନ କରିଛନ୍ତି .

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.