ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାର ଶୁଣାଣି

କଟକ,(ନାଗରାଜ ନ୍ୟୁଜ): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା କଟକ ପରିବାର ଅଦାଲତରେ ଶୁଣାଣି ହୋଇଛି।କୋର୍ଟ ଉଭୟ ଙ୍କ ଆବେଦନ କୁ ଗ୍ରହଣ କରିବା ସହ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦାଖଲ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।ଆସନ୍ତା ୧୪ ତାରିଖ ସୁଦ୍ଧା ଏହି ରାଶି କୋର୍ଟ ରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି। କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ଏପରି ନିର୍ଦ୍ଧେଶ ଦେଇଛନ୍ତି କୋର୍ଟ। ସେହିପରି ବର୍ଷା, ପୂର୍ବ ମାମଲାର ସାକ୍ଷ୍ୟ ଗ୍ରହଣ ପାଇଁ କରିଥିବା ଆବେଦନ କୁ କୋର୍ଟ ଗ୍ରହଣ କରିଛନ୍ତି। ଅନୁଭବ ମଧ୍ୟ କୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।ଛାଡପତ୍ର ପିଟିସନରେ ଅନୁଭବ ବିବାହର ସ୍ଥାନ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିଲେ।ଏଥିରେ ଥିବା ତ୍ରୁଟିର ସଂଶୋଧନ ପାଇଁ ଅନୁଭବ କୋର୍ଟରେ ଆବେଦନ କରିଛନ୍ତି।ତେବେ ଉଭୟଙ୍କ ଆବେଦନ କୁ କୋର୍ଟ ଗ୍ରହଣ କରିଛନ୍ତି।

Leave a Reply

Your email address will not be published.