ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ରାକ୍ଷୀ ପୂର୍ଣ୍ଣିମା ଏକ ସର୍ବ ଭାରତୀୟ ଗଣପର୍ବ । ଶ୍ରୀ ବଳଭଦ୍ର ହେଉଛନ୍ତି ପରମବ୍ରହ୍ମ ଶ୍ରୀ କୃଷ୍ଣଙ୍କର ଅଭିନ୍ନ ଅଙ୍ଗ । ଶ୍ରବଣା ନକ୍ଷତ୍ର ଶ୍ରାବଣ ମାସର ରାକ୍ଷୀ ପୂର୍ଣ୍ଣିମାରେ ସେ ଜନ୍ମଲାଭ କରିଥିଲେ। ଗହ୍ମା ପର୍ବ ଗୋ ଦେବତା ପୂଜାର ପର୍ବ । ଆଜି ଭଉଣିଟିଏ ଅତି ସ୍ନେହ ଶ୍ରଦ୍ଧାରେ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଫୁଲ ଓ ଦୀପରେ ଭାଇକୁ ବନ୍ଦାପନା କରି ଇଶ୍ଵରଙ୍କ ନିକଟରେ ତାର ଦୀର୍ଘାୟୁ କାମନା କରିଥାଏ । ବିପଦ ଆପଦରେ ଭଉଣୀଙ୍କୁ ସୁରକ୍ଷା କରିବା ଏବଂ ତାର ସ୍ନେହ ମମତାର ମୂଲ୍ୟ ରଖିବା ହେଉଛି ରକ୍ଷାବନ୍ଧନର ଅଭିପ୍ରାୟ । ଏହି ପରିପ୍ରକ୍ଷୀରେ ପୁରୀ ଜିଲ୍ଲା ମଙ୍ଗଳାଘାଟ ସ୍ଥିତ ସଂକଳ୍ପ ଜରାଶ୍ରମର ଅନ୍ତେବାସୀ ମା’ ବାପା ମାନଙ୍କ ନିମନ୍ତେ ପରିବାରର ସଦସ୍ୟ ସଦସ୍ୟା ମାନେ ପାଦଟିଏ ଆଗକୁ ଯାଇ ରେଶମୀ ଡୋରିରେ ରାକ୍ଷୀ ସହିତ ମା ମାନଙ୍କ ପାଇଁ ଉପହାର ପିଠା ମିଠା ବ୍ୟବସ୍ଥା କରାଇଥିଲେ । ଅନୁଷ୍ଠାନ ସଦସ୍ୟ ସଦସ୍ୟା ମାନେ ପରଷ୍ପର ରାକ୍ଷୀ ବାନ୍ଧି ଉତ୍ସବଟିକୁ ପାଳନ କରିଥିଲେ। ଏହି ଉତ୍ସବରେ ଡକ୍ଟର ଶୁଭେନ୍ଦୁ ମହାନ୍ତି, ସଂଘମିତ୍ରା ମହାନ୍ତି ଓ ଆର୍ଟ ଅଫ ଲିଭିଂର ସଦସ୍ୟାମାନେ ଆଶ୍ରମ ନିମନ୍ତେ ପଙ୍ଖା, ବେଡ ଏବଂ ରୁମ ହିଟରର ବ୍ୟବସ୍ଥା କରାଇଛନ୍ତି । କାର୍ୟ୍ୟକ୍ରମରେ ଡକ୍ଟର ହିତବ୍ରତ୍ ବାହିନୀପତି, ମନୋରଞ୍ଜନ ଜେନା, ହରିହର ବେହେରା, ସୁରେଶ୍ ସାହୁ, ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ, ପୂର୍ଣ୍ଣିମା ରଥ, ସର୍ବେଶ୍ଵର ମହାରଣା ଓ ପୁଷ୍ପା ମଞ୍ଜରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.