ଭୂଆସୁଣୀକୁ ଅଳିଆ ଆସିବା ମନା

ଚନ୍ଦକା,(ନାଗରାଜ ନ୍ୟୁଜ): ଭୂଆସୁଣୀକୁ ଅଳିଆ ଆସିବା ମନା । ଜିଦରେ ଅଟଳ ପଞ୍ଚାୟତବାସୀ । ଗ୍ରାମ ପଞ୍ଚାୟତ ତରଫରୁ ଏକ ବୈଠକରେ ନିଷ୍ପତ୍ତି ମୁତାବକ ଅଳିଆ ଆବର୍ଜନା ଆଉ ଭୁଆସୁଣୀକୁ ଆସିବ ନାହିଁ । ଯେତକ ଅଳିଆ ଆବର୍ଜନା ପଡ଼ିଛି ତାକୁ ମହାନଗର ନିଗମ ତରଫରୁ ବାୟ ମାଇନିଂ ପ୍ରକଳ୍ପ କରି ଅଳିଆ ଖାଲି କରାଯାଉ । ଏନେଇ ଗ୍ରାମ ପଞ୍ଚାୟତ ସରପଞ୍ଚ ତପନ କୁମାର ଚକ୍ରବ୍ରତୀ ଏକ ସ୍ମାରକପତ୍ର ମେୟର ସୁଲୋଚନା ଦାସ ଏବଂ ବିଏମସି କମିସନରଙ୍କୁ ପ୍ରଦାନ କରିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛିଯେ, ଅଳିଆ ଆବର୍ଜନା ଆଉ ଭୁଆସୁଣୀକୁ ଆସିବ ନାହିଁ । ଯାହା ଅଳିଆ ପଡ଼ିଛି ତାକୁ ଖାଲି କରି ଭୁଆସୁଣୀକୁ ପୂର୍ବ ଅବସ୍ଥାକୁ ଫେରାଇଆଣ । ଏହା ଉପରେ ମେୟର କହିଛନ୍ତିଯେ, ପୁରୁଣା କଥାକୁ ଭୁଲିଯାଇ ଆମକୁ ସହଯୋଗ କରନ୍ତୁ । ଅଳିଆ ଆମେ ଆସ୍ତେ ଆସ୍ତେ କରି ବାୟୋ ମାଇନିଂ ପ୍ରକଳ୍ପ ଦ୍ୱାରା ଖତ କରିଦେବୁ । ୧୦୩ କୋଟି ଟଙ୍କା ବ୍ୟୟରେ ଏକ ସୁନ୍ଦର ପାର୍କ୍ କରିବୁ ।

ମହାନଗର କମିସନର ମଧ୍ୟ ଏକ ପ୍ରୋଜେକ୍ଟର ଲେଖା ପଢ଼ି ଶୁଣାଇଲେ । କିନ୍ତୁ ସରପଞ୍ଚଙ୍କ ସମେତ ଗ୍ରାମବାସୀ କୌଣସି କଥା ଶୁଣିନଥିଲେ । ଏଥିପାଇଁ ପଞ୍ଚାୟତବାସୀ କିଛି ସମୟ ମାଗିଛନ୍ତି । ଏଥିରେ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତର ୧୫ ୱାର୍ଡମେମ୍ବର ସହ ଗ୍ରାମର ମୁଖ୍ୟ ବ୍ୟକ୍ତି ପୂର୍ବତନ ସମିତି ସଭ୍ୟ ଅକ୍ଷୟ କୁମାର ପାହାଡାସିଂହ, ତପନ ବଳିଆରସିଂହ, ଆଇନିଜୀବୀ ଧନୁଧର ସୁନ୍ଦରାୟ, ପ୍ରଦୀପ ବଳିଆରସିଂହ, ଦିଲ୍ଲିପ ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ରାଉତରାୟ, ସଂଗ୍ରାମ ପ୍ରଧାନ ଓ ଜଟଣି ବିଧାୟକ ସୁରେଶ କୁମାର ରାଉତରାୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ପୋଲିସ ଡିସିପି ପ୍ରତିକ ଗୀତା ସିଂହ, ଅତିରିକ୍ତ ଡିସିପି ରମେଶ ଚନ୍ଦ୍ର ବିଶୋଇ, ଆଇଆଇସି ସୁରେନ୍ଦ୍ର ବଳଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ ।

Leave a Reply

Your email address will not be published.