ଏମାର ମଠରୁ ସିଂହ ମୂର୍ତି ଉଦ୍ଧାର

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଶ୍ରୀମନ୍ଦିର ଚାରିପାଖରେ ଖନନ ଚାଲିଥିବା ବେଳେ ଆଉ ଏକ ସିଂହ ମୂର୍ତି ଉଦ୍ଧାର ହୋଇଛି ଏମାର ମଠ ରୁ । ତେବେ ସରକାର ଯେଭଳି gprs ସର୍ଭେ ନ କରି ଖୋଳି ଚାଲିଛନ୍ତି ତାହା ଫଳରେ ଶ୍ରୀମନ୍ଦିର ଚାରିପାଖ ରେ ଥିବା ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇ ଯିବ ବୋଲି ଆଇନିଜୀବୀ ଅଭିଯୋଗ କରିଛନ୍ତି ।ତୁରନ୍ତ ସରକାର କାମ ବନ୍ଦ କରି nma ନୀୟମ ଅନୁଯାୟୀ ଗ୍ରାଉଣ୍ଡ ଷ୍ଟଡି କରି ସବୁ କାର୍ଯ୍ୟ କରିବାକୁ ଆଇନଜୀବୀ ଶରତ ରାୟଗୁରୁ ଦାବି କରିଛନ୍ତି। ଶ୍ରୀମନ୍ଦିର ଚଉହଦୀ ବେଆଇନ୍ ନିର୍ମାଣ ପ୍ରସଙ୍ଗ କୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ମାମଲା ଏବେ କୋର୍ଟ ରେ । ଗୋଟିଏ ପରେ ଗୋଟିଏ ତଥ୍ୟ ଏବେ ସାମ୍ନାକୁ ଆସିବାକୁ ଲାଗୁଛି। ଗତ ମେ 7 ତାରିଖରେ ଏଏସ୍ଆଇ ଦେଇଥିବା ସତ୍ୟପାଠ ଏବେ ଅନେକ ଗୁମର ଖୋଲିଛି। ସତ୍ୟପାଠର 40 ତମ ପୃଷ୍ଠାରେ ଖନନ ସମୟରେ ଗତ ଅପ୍ରେଲ 29 ତାରିଖରେ ମାଟି ତଳୁ କିର୍ତ୍ତିରାଜି ମିଳିଥିବା କଥା ସ୍ପଷ୍ଟ କରିଛି। ଏକ ପ୍ରାଚୀନ ସିଂହ ମୂର୍ତ୍ତିର ଫଟୋ ସଂଲଗ୍ନ କରି ଏ ଏସ୍ଆଇ ହାଇକୋର୍ଟଙ୍କୁ ଏନେଇ ଅବଗତ କରାଇଛି। ତେବେ ଏତେ ବଡବଡ ଖନନ ହୋଇଥିବାରୁ ଆହୁରି ଅନେକ ଏପରି ପ୍ରାଚୀନ ମୂର୍ତ୍ତି ମିଳିଥିବାର ସନ୍ଦେହକୁ ଏଡ଼ାଇ ଦିଆଯାଇ ନପାରେ। ଆହୁରି ଅନେକ ମାଟି ତଳେ ରହିଥିବାର ମଧ୍ୟ ଅନୁମାନ କରାଯାଏ। ବିନା ଗ୍ରାଉଣ୍ଡ ପେନିଟ୍ରେସନ ରାଡ଼ର ସର୍ଭେରେ ଏପରି ଖନନ ହେଉଥିବାରୁ ଏବେ କିର୍ତ୍ତିରାଜି ସହ ମାଟିତଳେ ରହିଥିବା ପ୍ରାଚୀନ କିର୍ତ୍ତିରାଜି ସହ ମାଟିତଳେ ପୋତି ହୋଇ ରହିଥିବା ପ୍ରାଚୀନ ଐତିହ୍ୟର ଅଂଶ ବିଶେଷ ପ୍ରତି ମଧ୍ୟ ଦେଖାଦେଇଛି ବିପଦ। ଏବେ ଏମାରମଠ ଖୋଳାସ୍ଥାନରେ ଏକ ମୂର୍ତ୍ତି ଦେଖିବାକୁ ମିଳିଛି।

Leave a Reply

Your email address will not be published.