ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ଫେସବୁକ୍ ଗୃପରେ ଗତ ତା ୦୧/୮/୨୨ରିଖ ସୋମବାର ଚଳିତ ବର୍ଷର ୮ମ ପର୍ଯ୍ୟାୟ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ ଫଟୋ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା, ରଞ୍ଜିତା ସାହୁ, ପାରାଦୀପ ଗଡ, ଜଗତସିଂହପୁର, ସୁସ୍ମିତା ମହାପାତ୍ର, ସୁନ୍ଦରଗଡ, ସରସ୍ୱତୀ ପଣ୍ଡା, ଯାଜପୁର, ଶତାବ୍ଦୀ ପଟ୍ଟନାୟକ, କଟକ, ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର, କର୍ଣ୍ଣାଟକ ଓ ସନ୍ଧ୍ୟାରାଣୀ ଦାଶ ପ୍ରମୁଖ ଭାଗନେଇ । ଫଟୋ ଗୁଡିକୁ ସମୀକ୍ଷା କରିଥିଲେ ବାଲେଶ୍ଵର ସ୍ଥିତ ବାଲିଆ ଶିଶୁ ମନ୍ଦିର ଆଚାର୍ଯ୍ୟା ତଥା ସାହିତ୍ଯିକା ତାନଶ୍ରୀ ପାଣିଗ୍ରାହୀ । ଯାହର ଫଳାଫଳ ଆଜି ପ୍ରକାଶ ପାଇଛି । ପ୍ରତ୍ୟେକ ଥର ପରି ଏଥର ପ୍ରଥମ ସ୍ଥାନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସମସ୍ତଙ୍କୁ ପଛରେ ପକାଇ ଜଗତସିଂହପୁର ଜିଲ୍ଲାର ରଞ୍ଜିତା ସାହୁ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି । ସେହିପରି ଅନ୍ନପୂର୍ଣ୍ଣା ସାହୁ ଦ୍ବିତୀୟ ଓ ସୁସ୍ମିତା ମହାପାତ୍ର ଦତୃତୀୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସାର୍ଟିଫିକେଟ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ଚଳିତ ବର୍ଷ କେବଳ ପ୍ରଥମ ପ୍ରତିଯୋଗୀଙ୍କୁ ବାର୍ଷିକ ପ୍ରୋଗ୍ରାମରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ, ଯାହା ଅନୁଷ୍ଠାନ ଦ୍ବାରା ଘୋଷଣା କରାଯାଇଅଛି । ଅନ୍ୟମାନେ ପ୍ରୋଗ୍ରାମକୁ ଆସିଲେ ସେମାନଙ୍କୁ ସମ୍ମାନ ଦିଆଯିବ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.