ଖଇରା,(ନାଗରାଜ ନ୍ୟୁଜ):ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ମିରିପୁରଖଇରା ସାହୁସାହିରେ ବିଜେପି ଯୁବନେତା ଇଂ.ରାଜେଶ ମୋହାକୁଡ଼ଙ୍କ ନେତୃତ୍ୱରେ ବିଜେପିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଯୁବନେତା ଶ୍ରୀ ମୋହାକୁଡ଼ ଗ୍ରାମର ଲୋକମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଗ୍ରାମର ଯୋଗ୍ୟ ହିତାଧିକାରୀମାନେ ରାସନକାର୍ଡ,ବାର୍ଦ୍ଧକ୍ୟ ଭତ୍ତା ଭଳି ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ଥିବା ଘଟଣାକୁ ପ୍ରସାଶନିକ ଅଧିକାରୀଙ୍କ ନଜରକୁ ଆଣି ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।ସାହୁସାହି ଗ୍ରାମରେ ଖାଲୁଆ ସ୍ଥାନରେ ଥିବା ଏକ ପୁରୁଣା ମନ୍ଦିରରେ ବର୍ଷା ପାଣି ପଶିଯିବାରୁ ଗ୍ରାମବାସୀମାନେ ପୂଜର୍ଚ୍ଚନା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କହିଥିଲେ।ଶ୍ରୀ ମୋହାକୁଡ଼ ନିଜସ୍ୱ ଅର୍ଥରେ ଖୁବଶୀଘ୍ର ଏହି ମନ୍ଦିର ମରାମତି ପାଇଁ ପ୍ରତିଶ୍ରୁତି ଦେଇଥିଲେ।ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନେକ ନେତା ଗ୍ରାମକୁ ଆସନ୍ତି ବିଭିନ୍ନ ପ୍ରତିଶୃତି ଦେଇଥାନ୍ତି।ହେଲେ ନିର୍ବାଚନ ପରେ ସବୁ ଭୁଲିଯାଆନ୍ତି ହେଲେ ନିର୍ବାଚନ ପରେ ଶ୍ରୀ ମୋହାକୁଡ଼ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିବାରୁ ଗ୍ରାମବାସୀମାନେ ଶ୍ରୀ ମୋହାକୁଡ଼ଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏହି ସମୀକ୍ଷା ବୈଠକରେ ଯୁବନେତା ଶ୍ରୀ ମୋହାକୁଡ଼ଙ୍କ ସମେତ କୁରୁଣ୍ଟା ପଞ୍ଚାୟତର ସରପଞ୍ଚ ରଘୁନାଥ ଜେନା,ସମିତିସଭ୍ୟାଙ୍କ ପ୍ରତିନିଧି ବସନ୍ତ କୁମାର ମାଝୀ,କୁରୁଣ୍ଟା ପଞ୍ଚାୟତ ବିଜେପି ସଭାପତି ଜୟନ୍ତ ମହାପାତ୍ର,ଯୁବନେତା ମାନସ ବେହେରା,କମଳଲୋଚନ ପ୍ରଧାନ,ଅକ୍ଷୟ କୁମାର ଦାସ,ଲମ୍ବୋଦର ବେହେରା,କୈବଲ୍ୟ ଦତ୍ତ,ମହେନ୍ଦ୍ର ବାରିକ,ଗୋଲକ ବାରିକ,ଗଜେନ୍ଦ୍ର ଗୋଛାୟତ,ଭାସ୍କର ଗୋଛାୟାତ ପ୍ରମୁଖ ଉପସ୍ଥିତ ଥିଲେ ।
ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତ ଙ୍କ ରିପୋର୍ଟ