ଅର୍ନ୍ତଲା ରାସ୍ତା ଡକାୟତି, ୪ ଅଭିଯୁକ୍ତ ଗିରଫ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅର୍ନ୍ତଗତ, ବନ୍ଧପଡ଼ା-ଅର୍ନ୍ତଲା ରାସ୍ତାରେ କିଛି ଦିନ ତଳେ ହୋଇଥିବା ଡ଼କାୟତି ଘଟଣାରେ ଦେଓଗାଁ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଅନୁସାରେ, ଗତ ୧୫ ତାରିଖ ପୁଇଁନ୍ତଲା ଥାନା ବହଲପଦର ଗାଁର ବ୍ୟାସଦେବ ସାଣ୍ଡ ବଲାଙ୍ଗିର ଆକ୍ସିସ୍ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଆସିଥିଲେ ।

ବ୍ୟାଙ୍କରୁ ଉଠାଇଥିବା ନଗଦ ୯୦ ହଜାର ଟଙ୍କା ଧରି ନିଜ ଶ୍ୱଶୁର ଘରକୁ ଯାଉଥିଲେ । ଏହି ସମୟରେ ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ଅର୍ନ୍ତଲା ରାସ୍ତାରେ ଲୁଟର ଶିକାର ହୋଇଥିବା ନେଇ ଦେଓଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଦେଓଗାଁ ପୁଲିସ ତଦନ୍ତ କରିବା ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ଇନ୍ଦିରା ନଗରର ଗରିବ ପାଣ୍ଡେ, ଇଚ୍ଛାପଡ଼ାର ଆକାଶ ସାଣ୍ଡ, ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ସଂନ୍ଦିଜୋର ଗାଁର କାହ୍ନା ବଗର୍ତ୍ତୀ ଓ ଡ଼ୁମେରଜୋର ଗାଁର ସୁରେନ୍ଦ୍ର କୁଅଁର । ସେମାନଙ୍କ ନିକଟରୁ ୨ ଟି ବାଇକ, ୬ଟି ମୋବାଇଲ ଫୋନ, ନଗଦ ୨ ହଜାର ୭୭୦ ଟଙ୍କା ସହ କିଛି ଲୁଟପାଟରେ ବ୍ୟବହୃତ ସାମଗ୍ରୀ ମିଳିଥିବା ଜଣାପଡ଼ିଛି । ଦେଓଗାଁ ଥାନା ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published.