କିଷାନ ମୋର୍ଚା ପକ୍ଷରୁ ପୁରୀରେ ରାସ୍ତାରୋକ

ପୁରୀ,(ନାଗରାଜ ନ୍ୟୁଜ): ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପୁରୀର ଅଠରାନଳା ଠାରେ ରାସ୍ତାରୋକ କରାଯାଇଛି।ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସାଙ୍ଗକୁ କ୍ଷୀର, ମୁଢ଼ି, ଗୁଡ ଉପରେ ଜିଏସଟି ଲାଗୁ ପ୍ରତିବାଦରେ ଏହି ରାସ୍ତାରୋକ କରାଯାଇଥିଲା।ରାସ୍ତାରୋକ ଯୋଗୁଁ ପୁରୀ-ଭୁବନେଶ୍ବର ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଅଟକି ରହିଥିଲା। ବର୍ଷେ ଧରି କୃଷକଙ୍କ ଆନ୍ଦୋଳନ ଫଳରେ କେନ୍ଦ୍ର ସରକାର ତିନୋଟି କଳା କୃଷି ଆଇନ୍ ପ୍ରତ୍ୟାହାର କରିବା ସହ କୃଷିଜାତ ସାମଗ୍ରୀ ଉପରେ ଜିଏସଟି ଛାଡ ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କେନ୍ଦ୍ର ସରକାର ଚାଷୀଙ୍କ ସହ ବାରମ୍ବାର ପ୍ରତାରଣା କରିଛନ୍ତି।ଏହାର ପ୍ରତିବାଦରେ ସମଗ୍ର ଦେଶବ୍ୟାପୀ ଚକା ଜାମ ଆନ୍ଦୋଳନ କରାଯାଇଛି। କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ କୃଷକ ନେତାଙ୍କୁ ରାସ୍ତା ରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବଭାବିକ ହୋଇଥିଲା।

Leave a Reply

Your email address will not be published.