ପିପି କଲେଜ୍ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ

କଟକ, (ନାଗରାଜ ନ୍ୟୁଜ): ଚାନ୍ଦବାଲି ରାସ୍ତାର ପି ପି କଲେଜ୍ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ପ୍ରାର୍ଥୀ ଓ ସମର୍ଥକ । ସ୍ଥାନୀୟ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କ ବଦଳୀ ଦାବିରେ ରାସ୍ତା ଅବରୋଧ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତର ୫୯୦ଟି ବାଲଟ ବାକ୍ସ ନିଶ୍ଚିତକୋଇଲି ପି ପି କଲେଜରେ ଥିବାବେଳେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଯାହାକୁ ନେଇ ତାତିଲେ ଲୋକେ । ସ୍ଥାନୀୟ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ କୌଣସି ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ଷ୍ଟ୍ରଙ୍ଗ ରୁମ ମୁଖ୍ୟ ଫାଟକର ତାଲା ଖୋଲିବାକୁ ନେଇ ଉଠିଲା ଆପତ୍ତି । ଷ୍ଟ୍ରଙ୍ଗ ରୁମ ଭିତରେ ବାଲଟ ବାକ୍ସ ବିଡିଓ ହେରଫେର କରିଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଲେ ପ୍ରାର୍ଥୀ ଓ ସମର୍ଥକ । ଏପଟେ ବିଡିଓଙ୍କୁ ପଚାରିବାରୁ ଷ୍ଟ୍ରଙ୍ଗ ରୁମରେ କୌଣସି ଅନିୟମିତତା କାମ କରାଯାଇନି । ନିର୍ବାଚନ କମିଶନରଙ୍କ ଗାଇଡଲାଇନ ହିସାବରେ ଷ୍ଟ୍ରଙ୍ଗ ରୁମର ମୁଖ୍ୟ ଦ୍ୱାର ଖୋଲି ତଦାରଖ କରୁଥିଲି ।

Leave a Reply

Your email address will not be published.