ସାହିତ୍ୟ ସଂସଦର ସାରସ୍ୱତ ବସନ୍ତ ମିଳନ ଉତ୍ସବ ଅନୁଷ୍ଠିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଖଇରା ସାହିତ୍ୟ ସଂସଦର ସାରସ୍ୱତ ବସନ୍ତ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କବି ମାୟାଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ହରିହର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଉମେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ସାରସ୍ବତ ବସନ୍ତ ମିଳନ ଉତ୍ସବ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ସଂସଦର ସମ୍ପାଦକ ପ୍ରଫେସର ଉମେଶ ଚନ୍ଦ୍ର ନାୟକ ସାହିତ୍ୟ ସମ୍ବନ୍ଧୀୟ ସୁନ୍ଦର ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସବିତାରାଣୀ ଦାସଙ୍କ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥିମାନେ ମଞ୍ଚାସୀନ ଥିଲେ । ସାହିତ୍ୟ ବଞ୍ଚିଲେ ସମାଜ ବଞ୍ଚିବ, ସାହିତ୍ଯର ଉନ୍ନତି ବିନା ସମାଜର ଉନ୍ନତି ଅସମ୍ଭବ ବୋଲି ବକ୍ତାଙ୍କ ବକ୍ତବ୍ୟ ଥିଲା । ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଦେବ ପୂଜନ କରାଯାଇଥିଲା । ପରେ ପରେ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଦାସ ସ୍ବାଗତ ଭାଷଣ ଦେଇଥିଲେ । ଏହି ଉପଲକ୍ଷେ କବିତା ପାଠର ଆୟୋଜନ ହୋଇଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା କବି, କବୟିତ୍ରୀମାନେ ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ । ସମସ୍ତ କବିତା ଗୁଡିକୁ କବୟିତ୍ରୀ ରୀତାରାଣୀ ଦାସ ସମୀକ୍ଷା କରିଥିବା ବେଳେ ସଂଯୋଜନା କରିଥିଲେ କବୟିତ୍ରୀ ସୁରମା ପାଣି । ଆସର ପରିଚାଳନାରେ ସହଯୋଗ କରିଥିଲେ ଅମରେଶ ପଣ୍ଡା, ସସ୍ମିତା ଗିରି, ତ୍ରିଲୋଚନ ପାତ୍ର, ଅନ୍ନପୂର୍ଣ୍ଣା ପତି, ଅନ୍ନପୂର୍ଣ୍ଣା ବେହେରା, ମମତା ପ୍ରଧାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ପ୍ରମୁଖ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ହରେକୃଷ୍ଣ ପଣ୍ଡା ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତ ରିପୋର୍ଟ 

Leave a Reply

Your email address will not be published.