ରଥଯାତ୍ରା ଉପଲକ୍ଷେ ସ୍ୟାଣ୍ଡ ଆନିମେସନ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ

ପୁରୀ,(ନାଗରାଜ ନ୍ୟୁଜ): ଚଳିତ ରଥଯାତ୍ରା ଉପଲକ୍ଷେ 1ମିନଟ 32 ସେକେଣ୍ଡ ର ସ୍ୟାଣ୍ଡ ଆନିମେସନ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ଏହି ଭିଡ଼ିଓ ରେ ସ୍ୟାଣ୍ଡ ଆନିମେସନ କୁ ସମ୍ପୂର୍ଣ ଭାବରେ ଆନିମେଟଡ଼ କରାଯାଇଛି | ଏଥିରେ ଜଗତରନାଥ ଜଗନ୍ନାଥ ଙ୍କ ବଡ ଦେଉଳର ନିର୍ମାଣ ଠାରୁ ଆରମ୍ଭ କରି ବଡ଼ ରଥ ନିର୍ମାଣ ଏବଂ ଭକ୍ତବତ୍ସବଳ ମହାପ୍ରଭୁ ବଡଦାଣ୍ଡ କୁ ଓଲ୍ହାଇ ଆସୁଛନ୍ତି ତାଙ୍କ ଲୀଳା ଖେଳା ଦେଖାଇବା ପାଇଁ | ସାରା ସଂସାର କୁ ନିଜର ଦର୍ଶନ ଦେବା ପାଇଁ ବଡଦେଉଳ ରୁ ବାହାରି ଆସିଛନ୍ତି ରଥଉପର କୁ | 2 ବର୍ଷ ହେଲା କରୋନା ମହାମାରୀ ପ୍ରକୋପରୁ ପ୍ରଭୁଙ୍କୁ ନଦେଖି ଥିବାରୁ ପ୍ରଭୁଙ୍କୁ ରଥାରୁଢ ଦେଖି ଭକ୍ତ ବିଭୋର ହୋଇଯାଉଥିବାର ଦୃଶ୍ୟ ଅତି ସୁନ୍ଦର ଭାବରେ ଆନିମେଟଡ଼ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ଏହି 1ମିନିଟ 16ସେକେଣ୍ଡ ର ଭିଡ଼ିଓ ପ୍ରସ୍ତୁତ କରିବା କୁ ମାନସ ସାହୁ ଙ୍କୁ 10ଘଣ୍ଟା ସମୟ ଲାଗିଥିଲା | ଏଥିରେ ସେ ସାରା ବିଶ୍ୱ କୁ “Happy Rath Yatra “ର ବାର୍ତ୍ତା ଦେଇଛନ୍ତି | ଏବଂ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି ମାସ୍କ ପିନ୍ଧି କୋଭିଡ ନିୟମ ମାନି ରଥ ଯାତ୍ରା ରେ ସାମିଲ ହୁଅନ୍ତୁ |

Leave a Reply

Your email address will not be published.