ବାଲେଶ୍ଵର,(ନାଗରାଜ ନ୍ୟୁଜ): ପଞ୍ଚାୟତ ଅଫିସ୍ ଖୋଲି ନିର୍ବାଚନ ଆଇନ ଶୃଙ୍ଖଳା ଭଙ୍ଗ କରିଥିବା ନେଇ ଥାନାରେ ହୋଇଛି ଅଭିଯୋଗ । ଘଟଣାରୁ ଜଣାପଡିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଫିସ୍ ଖୋଲି ସରପଞ୍ଚ ଏବଂ ସମିତି ସଭ୍ଯାଙ୍କ ସ୍ବାମୀ ନିର୍ବାଚନ ଆଇନ୍ ଶୃଙ୍ଖଳା ଭଙ୍ଗ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଶ୍ୟାମସୁନ୍ଦରପୁର ଗ୍ରାମ ନିବାସୀ ବନମାଳୀ ପ୍ରଧାନ । ଆଜି ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ କିଛି ଅସାମାଜିକ ବ୍ଯକ୍ତି ପଞ୍ଚାୟତ ଭିତରେ ପଶି ଟଙ୍କା କାରବାର କରୁଥିବାର ଲକ୍ଷ୍ୟକରି ଚାବି ଆଣୁ ଆଣୁ ୨ଜଣ ଦୌଡ଼ି ପଳାଇ ଯାଇଥିଲା ବେଳେ ସମିତି ସଭ୍ୟାଙ୍କ ସ୍ବାମୀ ରତ୍ନାକର ବେହେରାଙ୍କୁ ଚାବି ପକାଇ ଦେଇଥିଲେ । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଣ୍ଡି ଚାବି ଖୋଲି ବେହେରାଙ୍କୁ ଉଦ୍ଧାର କରିଥିଲେ ।