ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଅନେକ ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କ ଦାୟୀତ୍ବ ଗ୍ରହଣ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କାଶିପୁର, ବେଗା, ଲେଥେକା ଓ ରତନପୁର ଭଳି ଅନେକ ଗ୍ରାମପଞ୍ଚାୟତର ନିର୍ବାଚିତ ସରପଞ୍ଚ ପ୍ରାର୍ଥୀ ମାନେ ନୂତନ ଭାବେ ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କାଶିପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ଚଞ୍ଚଳା ବାରିକ ଦାୟିତ୍ଵ ନେଇଥିବା ବେଳେ ସମିତି ସଭ୍ୟ ଭାବେ ମନୋଜ ମାନସିଂହଙ୍କ ସମେତ ଆଠଜଣ ୱାର୍ଡ ମେମ୍ବର ମାନଙ୍କୁ ନେଇ ଗ୍ରାମର ଅଧିଷ୍ଠିତ ଦେବୀ ମା ଭୁଆସୁଣୀ ଙ୍କ ପିଠରୁ ପୁଜାର୍ଚନା କରିସାରିଵା ପରେ ବାଜା ରୋଷଣୀ ମାଧ୍ୟମରେ ଗ୍ରାମ ପରିଭ୍ରମଣ କରି ପଞ୍ଚାୟତ ଗୃହକୁ ପ୍ରବେଶ କରି ଯଥାବିଧି ଅନୁଯାୟୀ ପୂଜାର୍ଚ୍ଚନା କରିଵାପରେ ପିଇଓ କୃଷ୍ଣ ଚନ୍ଦ୍ର ସାହୁ , ଜି ଆର୍ ଏସ୍ ଜୟନ୍ତୀ ବାଇ ଓ ୱାର୍ଡ ମେମ୍ବର ମାନେ ସରପଞ୍ଚ ଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ତାପରେ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସହିତ ସମାଜସେବୀ ଅରୁପାନନ୍ଦ ବାରିକ୍, କୈଳାସ ଚନ୍ଦ୍ର ପାତ୍ର,ମନୋଜ ପହି, ବ୍ରଜବନ୍ଧୁ ସାମଲଙ୍କ ସହିତ ଅନେକ ସମର୍ଥକ ମିଶି ସମସ୍ତ ୱାର୍ଡ ମେମ୍ବର ମାନଙ୍କୁ ଫୁଲତୋଡ଼ା ଦେବା ସହ ଆଗକୁ କିପରି ପଞ୍ଚାୟତର କାର୍ଯ୍ୟ ସଠିକ୍ ଭାବରେ ଚିଲିବ । ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ସେହିଭଳି ଵେଗା ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଭାବେ ରାହୁଲ ରାୟ ମହାଳିକ ଓ ସମିତି ଡାଳିମ୍ବ ଦିଗି ହିନ୍ଦୁ ମନ୍ଦିର ନିତିରେ ପୂଜା ଅର୍ଚ୍ଚନା କରି ଦାୟିତ୍ଵ ଗ୍ରହଣ କରିଥିଲେ । ଲେଥେକା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବେ ଓଁମ ପ୍ରକାଶ ଦାସ ଓ ସମିତି ସଭ୍ୟ ଅକ୍ଷୟ ମହାନ୍ତି ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ମାନଙ୍କୁ ସାଙ୍ଗରେ ନେଇ ନିଜନିଜର କାର୍ଯ୍ୟ ଭାର ଗ୍ରହଣ କରିଥିଲେ । ରତନପୁର ଗ୍ରାମ ପଞ୍ଚାୟତରେ ମଧ୍ୟ ଅନୁରୂପ ଭାବେ ସରପଞ୍ଚ ସ୍ନେହଲତା ପୃଷ୍ଟି ଓ ସମିତି ମେମ୍ବର ଭାବେ ଲକ୍ଷ୍ମୀଧର ବେହେରା ନିଜ ନିଜର ଶୁଭେଛୁ ମାନଙ୍କୁ ସାଙ୍ଗରେ ନେଇ ପଞ୍ଚାୟତ ଗୃହ ପ୍ରଵେଶ ପୂର୍ବକ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.