ବେଦିରେ କନ୍ୟାର ଡ୍ରାମା ଦେଖି ବର ଚେତାଶୂନ୍ୟ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ଗ୍ରାମ ପଂଚାୟତ ରେମୁ ଗ୍ରାମରେ ବାହା ବେଦିରେ ବର ଅଚେତ ଭିଡ଼ିଓ ଭାଇରାଲ । କମର୍ଦା ଥାନା ଉଲୁଡ଼ା ଅଂଚଳର ଯୁବକଙ୍କ ସହିତ ବାଲିଆପାଳ ଥାନା ରେମୁ ଗ୍ରାମର ଝିଅ । ବାହାଘର ପ୍ରସ୍ଥାବ ଅନୁସାରେ ଉଭୟ ଝିଅଘର ଓ ପୁଅଘର ଦେଖାଦେଖି କରିଥିଲେ । ଉଭୟ ପକ୍ଷଙ୍କ ମନପସନ୍ଦ ହେଲା ଓ ବାହାଘର ତିଥି ସହିତ ଦିନ ମଧ୍ୟ ଧାର୍ଯ୍ୟ ହୋଇ ହିନ୍ଦୁ ପରମ୍ପରା ଅନୁଯାୟୀ ବର ଡିଜେ ବଜାଇ କନ୍ୟା ଘରକୁ ଆସି ବେଦିରେ ଯଥାରିତି ବାହାଘର ମଧ୍ୟ ଆରମ୍ଭ ହେଲା । ସବୁ ସରିଲା କିନ୍ତୁ ଝିଅ ମଥାରେ ବର ସିନ୍ଦୂର ଦେବାକୁ ଯିବା ସମୟରେ ବାହା ବେଦି ଉପରେ ଝିଅର ହାଇଡ୍ରାମା । ଝିଅ ବେଦି ଉପରେ ନିଜର ପିନ୍ଧିଥିବା ସଙ୍ଖା ବାହାର କରି ଦେଇ ବର ଆଗରେ ଫିଙ୍ଗିଦେଲା ଏବଂ କହିଲା ମୋର ସ୍ୱାମୀ ଅଛି । ସେ ଆଗରୁ ବିବାହ କରିଛି ବୋଲି କହିଲା ଏବଂ ବେଦିରୁ ଉଠି ଯାଉଥିବା ବେଳେ କନ୍ୟା ଘର ଲୋକ ଝିଅକୁ ପିଟିବା ସହିତ ଜୋର ଜବରଦସ୍ତ ବାହାହେବାକୁ ବାଧ୍ୟ କରୁଥିବାର ଭିଡିଓରୁ ଜଣାପଡୁଛି । ଏହି ଦୃଶ୍ୟ ଦେଖି ବରର ଚେତା ଚାଲିଯାଇଥିଲା । ଏ ଥିଲା ଫିଲ୍ଲିମ ଷ୍ଟାଇଲ ବାହାଘର । କନ୍ୟାର ଇଚ୍ଛା ବିରୋଧରେ ବିବାହ ହେଉଥିଲା ।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗ୍ରାମରେ । ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୋରି ବୁଲୁଛି । ତେବେ ଝିଅ ବିବାହ ବେଦିରୁ ଉଠିଗଲା ପରେ ତା’ ପରିବାର ଝିଅକୁ ଘରୁ ବାହାର କରିଦେଇଥିବା ବେଳେ ଝିଅ ଏବେ ପ୍ରେମିକ ଘରେ ଆଶ୍ରୟ ନେଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ବେଦି ଉପରେ ଝିଅର ଏପରି ହାଇଡ୍ରାମା ଭିଡିଓ ସାମାଜିକ ଗଣମାଧ୍ୟମରେ ବେସ୍ ଭାଇରାଲ୍ ହେବାରେ ଲାଗିଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.