ବନଵିଭାଗ ଦ୍ବାରା କଇଁଛ ଜବତ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକକଟରୁ ୮୭ ଟି କଇଂଛ ଜବଦ କଲା ଜଳେଶ୍ବର ବନବିଭାଗ । ଏଥିସହିତ ଗୋଟିଏ ବାଇକ ଏବଂ ଜଣେ ବେପାରୀକୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ ତା ୦୬/୯/୨୨ ରିଖ ବିଳମ୍ବିତ ରାତିରେ ବାଲେଶ୍ବରରୁ ବାଇକରେ ପଶ୍ଚିମବଙ୍ଗକୁ କଇଂଛ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ବନବିଭାଗ ଟିମ୍ ଚାଲନ୍ତି ବାଇପାସ ନିକଟରେ ସଜାଗ ଥିଲେ । ଠିକ୍ ଏହି ସମୟରେ ଦୃତ ଗତିରେ ଯାଉଥିବା ଏକ ବାଗକ୍ ନଜକୁ ଆସିଥିଲା । ବାଇକଟିକୁ ପିଛାକରି ଅଟକାଇବାରେ ସକ୍ଷମ ହୋଇଥିଲା ଟିମ୍ । ୮୭ ଟି କଇଂଛ ନେଇ ବାଲେଶ୍ଵର ରେମୁଣାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବାର ତଦନ୍ତରୁ ଜଣାପଡିବା ପରେ ବାଇକକୁ ଜବଦ କରିବା ସହିତ ବାଇକ୍ ଆରୋହିକୁ ମଧ୍ୟ ଗିରଫ କରିଥିଲା ବନବିଭାଗ ଟିମ୍ । ଗିରଫ ହୋଇଥିବା ଯୁବକ ଜଣକ ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଅଞ୍ଚଳର ଦେବବ୍ରତ ଦେ ବୋଲି ଜଣାପଡିଛି । ବେପାରୀକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.