ପରିଚୟ ପତ୍ର ବଣ୍ଟନ କଲା ବରିଷ୍ଠ ନାଗରିକ ମଞ୍ଚ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବରିଷ୍ଠ ନାଗରିକ ମଞ୍ଚ ଖଇରା, ବାଲେଶ୍ଵର ଦ୍ବାରା ବରିଷ୍ଠ ମାନଙ୍କୁ ପରିଚୟ ପତ୍ର ବଣ୍ଟନ ହୋଇଯାଇଛି । ଏହି ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ ମା ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚର ସଭାପତି ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମା ଅମ୍ବିକା ଉଦାସୀନ ଆଶ୍ରମର ମହନ୍ତ ବାବା ଶୁଭେନ୍ଦୁ ମୁନି ଉଦାସୀନ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ । ମଞ୍ଚର ସମ୍ପାଦକ ମୁକ୍ତିକାନ୍ତ ଶତପଥୀ, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ଏବଂ ନାରାୟଣ ପେଡା ମଞ୍ଚାସୀନ ହୋଇଥିଲେ । ପ୍ରଥମେ ପଣ୍ଡିତ ଶ୍ରୀଯୁକ୍ତ ପତ୍ରୀ ଗୀତା ପାଠ କରିଥିଲେ । ପରେ ମୁଖ୍ୟ ଅତିଥି ଆଶ୍ରମର ମହନ୍ତ ବାବା ଶୁଭେନ୍ଦୁ ମୁନି ଉଦାସୀନ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବାବାଙ୍କ ଉପାଦେୟ ମୂଳକ ବକ୍ତବ୍ୟ ସମସ୍ତଙ୍କ ପାଇଁ ଖୁବ୍ ଶିକ୍ଷଣୀୟ ଥିଲା । ପରେପରେ ମୁଖ୍ୟ ଅତିଥି କେତେଜଣ ବରିଷ୍ଠ ନାଗରିକଙ୍କୁ ମଞ୍ଚ ତରଫରୁ ପ୍ରସ୍ତୁତ ହୋଇଥିବା ପରିଚୟ ପତ୍ର ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ପେଡା ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ ।

ଏଥିରେ ଲକ୍ଷ୍ମୀକାନ୍ତ ମହାପାତ୍ର, ମାୟାଧର ନାୟକ, କୈଳାସ ପୃଷ୍ଟି, ବୁଦ୍ଧିରାମ ପାଣିଗ୍ରାହୀ, ଅଭିରାମ ମହାପାତ୍ର, ଉପେନ୍ଦ୍ର ପ୍ରସାଦ ଦାସ, ଦେବେନ୍ଦ୍ର କୁମାର ରାଉତ, ଜଗତାନନ୍ଦ ମହାପାତ୍ର, ରଘୁନାଥ ପତ୍ରୀ, ଉମେଶ ଚନ୍ଦ୍ର ମହାନ୍ତି, ଅନ୍ତର୍ଯ୍ୟାମୀ ପାତ୍ର ଓ ପ୍ରହଲ୍ଲାଦ ବେହେରାଙ୍କ ସମେତ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଚଳିତ ବର୍ଷ ଅକ୍ଟୋବର ମାସ ୧ ତାରିଖରେ ବରିଷ୍ଠ ନାଗରିକ ଦିବସ ପାଳନ ନେଇ ପ୍ରସ୍ତୁତି ଓ ପୁସ୍ତିକା ପ୍ରକାଶନ ବିଷୟରେ ଉକ୍ତ ସଭାରେ ଆଲୋଚନା ହୋଇଥିଲା । ମଞ୍ଚର କୋଷାଧ୍ୟକ୍ଷ ଅନାମ ଚରଣ ପଣ୍ଡା ଆରମ୍ଭରୁ ପ୍ରସାଦ ସେବନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିବାରୁ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Leave a Reply

Your email address will not be published.