ସୁନ୍ଦରଗଡ଼ରେ ଲଜ୍ୟା, ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀ ସାତମାସର ଗର୍ଭବତୀ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଧୀନରେ ଜଣେ ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀ ସାତମାସର ଗର୍ଭବତୀ ହେବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ନେବାରୁ ଜଣାଯାଇଛି ଯେ, କୁତ୍ରା ଥାନା ଅଧୀନରେ ଥିବା ଜୈନେକା ନାବାଳିକା ଛାତ୍ରୀ ତୁଡାଲଗାକନ୍ୟାଶ୍ରମରେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ସେ ଛୁଟିରେ ଘରକୁ ଆସିଥିବା ବେଳେ ତାଙ୍କ ଘରେ କେହି ନଥିବା ବେଳେ ଝିଅ ର କାକା(ଦାଦା) ଛତ୍ରୀ କୁ ଧମକଚମକଦେଇ ତାକୁ ଯୋର୍ ଜବର୍ଦସ୍ତ ଦୁଷ୍କର୍ମ କରିଥିଲା। ଏକଥା କାହାକୁ କହିଲେ ଜୀବନରୁ ମାରିଦେବା କୁ ଧମକ ଦେଇଥିଲା। ଫଳରେ ନାବାଳିକା ଛାତ୍ରୀ କାହାରିକୁ ନକହି ହଷ୍ଟେଲକୁ ଚାଲିଯାଇଥିଲା। ଛାତ୍ରୀ ର ହାବଭାବ ଦେଖି ଗର୍ଭବତୀ ଥିବା ସନ୍ଦେହ ହେବାରୁ ଛାତ୍ରୀର ମାଁ ବାପା କୁ ଡାକି ଟିସି ଦେଇ ଘରକୁ ପଠାଇ ଦେଇଥିଲେ । ଛାତ୍ରୀର ମାଁ ବାପା ଲୋକ ଲଜ୍ୟା ଭୟରେ ଘରକୁ ନନେଇ ତାଙ୍କର ଓ ଚିନ୍ହାପରିଚ ଡାକ୍ତର ପାଖକୁ ନେଇ ସେଠାରେ ୯ତାରିଖଠାରୁ ୧୮ତାରିଖ ପର୍ଯ୍ୟନ୍ତ ରଖିଥିଲେ । ପରେ ୧୮ତାରିଖଦିନ ଛାତ୍ରୀ ର ବଡବାପା କୈାଣସି ସୂତ୍ରରୁ ଖବର ପାଇ ଛାତ୍ରୀ ଏବଂ ତା’ର ମା ବାପାଙ୍କୁ କୁତ୍ରା ଥାନା କୁ ଆଣି ଦୁଷ୍କର୍ମ କାରୀ କାକା(ଦାଦା) ବିରୋଧ ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇଲା ପରେ କୁତ୍ରା ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ସାଙ୍ଗେ ସାଙ୍ଗେ କୁତ୍ରା ଥାନା କେଶନମ୍ବର 73dt18/05/2022 v/s376(2)n 376(3)/506 IPC ରେ ମାମଲା ରୁଜୁ କରି ନାବାଳିକା ଛାତ୍ରୀ ର ଡାକ୍ତରୀ ମାଇନାକରାଇ‌ ଅଧିକ ତଦନ୍ତ ଚଲାଇଛନ୍ତି। ଖବର ପ୍ରସାରଣ ହେବା ପର୍ଯ୍ୟନ୍ତ ଦୁଷ୍କର୍ମକାରୀ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ଜିଲ୍ଲାରେ ଥିବା ଶିଶୁ ସୁରକ୍ଷା କମିଟି ତିନିଦିନ ହେଲା ଘଟଣା ସମ୍ପର୍କରେ ଜାଣି ମଧ୍ୟ ଶିଶୁ ପାଖରେ ନ ପହଞ୍ଚିବାରୁ ଛାତ୍ରୀ ର ମାଁ ବାପା ଚିନ୍ତାରେ ପଡ଼ିଛନ୍ତି।

Leave a Reply

Your email address will not be published.