ପୁରୀ ବ୍ରାହ୍ମଣ ମହାସଭାର ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ଶୁକ୍ରବାର ପବିତ୍ର ବୈଶାଖ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପlବନପୀଠ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପୁରୀ ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ବୀର ପରଶୁରାମ ଜୟନ୍ତୀର ସମାରୋପ ଦିବସ ଓ ଯୋଗଜନ୍ମା ରାମାନୁଜଚାର୍ଯ୍ୟ ଜୟନ୍ତୀ ଓ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ମହା ସମାରୋହରେ ପାଳନ କରାଯାଇଅଛି l ସଭାପତି ଯୋଗାଚାର୍ଯ୍ୟ ଡ଼ଃ ରମାକାନ୍ତ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଶ୍ରୀ ମଧୁସୂଦନ ରଥ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ଅଧ୍ୟାପକ ଡ଼ଃ ବଳରାମ ଦାଶ ଉଦବୋଧନ ଦେଇ କହିଥିଲେ, ଯୁଗେ ଯୁଗେ ସାଧୁସନ୍ଥମାନେ ସମାଜକୁ ଦିଗଦର୍ଶନ ଦେଇ ପୁଣ୍ୟ ଅର୍ଜନ କରିବା ପାଇଁ ଭଗବାନଙ୍କ ଅବତାର ନେଇ ଧରlବତରଣ କରିଥାନ୍ତି l ସମ୍ନାନୀତ ଅତିଥି ରୂପେ ଶିକ୍ଷ୍lବିତ ଶ୍ରୀ ଗଦାଧର ନନ୍ଦ, ଡ଼ଃ ପ୍ରଦୀପଚନ୍ଦ୍ର ଆଚାର୍ଯ୍ୟ, ପଣ୍ଡିତ ଜ୍ୟୋତିର୍ବିଦ ଦୟାନିଧି ପଣ୍ଡା, ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର,ଶିକ୍ଷୟିତ୍ରୀ ଦୀପ୍ତି ମିଶ୍ର କାଞ୍ଚନ ଶୁକ୍ଲା ଯୋଗଦେଇ ମହାପୁରୁଷମାନଙ୍କର ସ୍ମୃତିଚାରଣ ସହ ଗୁଣାବଳୀ ଉପରେ ଆଲୋକପlତ କରିଥିଲେ  l ପ୍ରାରମ୍ଭରେ ବେଦପାଠ ସହ ଜଗନ୍ନାଥ ଅଷ୍ଟକମ ଗାୟନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଅରୁଣିମା ନନ୍ଦ, ରାଜକିଶୋର ରଥ, ତ୍ରିଲୋଚନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ବ୍ରାହ୍ମଣ ମହାସଭାରେ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ ସମାଜସେଵୀ ଲାଲଟେନ୍ଦୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published.