ରାଉରକେଲା, (ନାଗରାଜ ନ୍ୟୁଜ): ସେକ୍ଟର,୧୫ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ରାଧାକୃଷ୍ଣ ସେବା ସମିତି ପକ୍ଷରୁ ଶ୍ରୀ ଗଣେଶ ଓ ଶ୍ରୀରାମଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରଘୁନାଥ ପାଲିର୍ ବିଧାୟକ ସୁବ୍ରତ ତରେଇ ଓ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସୁନୀତା ବିଶ୍ଵାଳ ଅଥିତି ଭାବେ ଯୋଗେଦେଇ ଏହି ଭଳି କାର୍ଯ୍ୟକୁ ପ୍ରଶଂସା କରୁଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସମିତିର ଅଧ୍ୟକ୍ଷ ହରିହର ରାଉତରାୟ ଓ ସଭାପତି ପ୍ରମୋଦ ପ୍ରହରାଜ ପରିଚାଳନା କରିଥିଲେ। ଏହି ୩ ଦିନିଆ କାର୍ଯକାମର ପ୍ରଥମ ଦିନରେ ଅଧିବାସ ଓ ଅଙ୍କୁରପନ୍ ହୋଇଥିଲା। ଦ୍ଵିତୀୟ ଦିନରେ ସମାଜସେବୀ ଜୟନ୍ତି ଦାସଙ୍କ ଅଧ୍ୟକ୍ଷତାରେ ଏକ କଳସଯତ୍ରା ଅନୁଷ୍ଠିତ ହୋଇଥିଲା। ଏହି କଳସ ଯାତ୍ରାରେ ଶତାଧିକ ମହିଳା ଏକତ୍ରିତ ହୋଇ ଝିରପାନି ଘାଟରୁ ପାନିଆଣି ମନ୍ଦିର ପରିସରରେ ସ୍ଥାପନ କରିଥିଲେ। ପରେ ପଣ୍ଡିତ ଅଖୟ କୁମାର ମିଶ୍ର ଙ୍କ ତତ୍ ଅବଧନାରେ ସୂର୍ଯୟନାରାୟଣ ପୂଜା, ଗୋପୂଜା,ଅଗ୍ନିଷ୍ଟପାନ, ମଙ୍ଗଳା ଦିପୂଜା,କୁଣ୍ଡ ଶୁଦ୍ଧି ସହ ଦେବତାଙ୍କ ସ୍ନାନ କରାଯାଇଥିଲା । କର୍ତାରୁପେ ସୁଶାନ୍ତ ପ୍ରଧାନ, ଲିଲି ପ୍ରଧାନ, ଉତ୍ତମ ସାମଲ ଓ ମାନସୀ ସାମଲ ଯୋଗଦେଇ ଯଥା ବିଧିପୂର୍ବକ ପୂଜାକାର୍ଯ୍ୟ କୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକର୍ମକୁ ସମିତିର ଗୁରୁଚରଣ ନନ୍ଦ, ଉତ୍ତମ ସାମଲ, ସୁଭଦ୍ରା ପ୍ରଧାନ, ସୁମିତ୍ରା ସ୍ୱାଇଁ,ରେଖା କୋଠରୀ, ସରସ୍ଵତୀ ବେହେରା, ସବିତା ଜାମୁଦା, ଡ. ମାନସୀ ଜେନା,ହେମନ୍ତ ବିଶ୍ବାଳଙ୍କ ସହ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।