ବାରଙ୍ଗ,(ନାଗରାଜ ନ୍ୟୁଜ): ବାରଙ୍ଗ ବ୍ଲକ ଅଧିନ ତ୍ରିଶୁଳିଆ ଛକସ୍ଥିତ ଶ୍ରୀରାମ ମଣ୍ଡରେ ପୁରୀ ଚାରଣ ଗୋଷ୍ଠୀ କଟକ ଶାଖା ତରଫରୁ ଆଞ୍ଚଳିକ ରାମ ଲୀଳା ପରିଷଦ ସହାୟତାରେ ’ଶ୍ରୀ ଜଗନ୍ନାଥ କଥାମୃତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଶ୍ରୀ ମନ୍ଦିର ସେବାୟତ ସୁଭଦ୍ରାଙ୍କ ବାଡଗ୍ରାହୀ ତଥା ଦଇତାପତି ସେବକ ରାମଚନ୍ଦ୍ର ଦାସ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ପୁରୀ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀର ସଂସ୍କୃତିକ ସଂମ୍ପାଦକ ତଥା କଥା ସେବକ ଚାରଣ ସୁଭେନ୍ଦୁ ସ୍ବାଇଁ ଯୋଗ ଦେଇଥିଲେ। ପ୍ରଥମେ ଚର୍ତୁଦ୍ଧା ମୂର୍ତ୍ତିଙ୍କ ପଦାରବିନ୍ଦ ସେବା, ମନ୍ତ୍ର ସ୍ତୋତ୍ର,ସହସ୍ର ନାମ,ଗୀତା ଓ ହନୁମାନ ଚାଳିଶା ପାଠ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ,ମୁଖ୍ୟ ବକ୍ତା ଓ ଉପସ୍ଥିତ ଅନ୍ୟାନ୍ୟ ଅତିଥିମାନେ କହିଥିଲେ ବିଶ୍ବ ପୂଜିତ ଜଗନ୍ନାଥଙ୍କ ମହିମା ଅପାର। ଆମ ଜଗନ୍ନାଥଙ୍କ ସଂସ୍କୃତି ସମୃଦ୍ଧ ଓ ଓଡ଼ିଆ ଜାତୀର ଗର୍ବ,ଗୌରବ ଏହାର ପ୍ରଚାର ଓ ପ୍ରସାର ଆମ ସମସମ୍ତଙ୍କର ଦାୟିତ୍ବ ହେବା ଦରକାର। ଏହିଅବସରରେ ଅଞ୍ଚଳର ସମାଜିକ ସେବା କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ଓ ସମାଜସେବୀ ମାନଙ୍କୁ ଅନୁଷ୍ଠାନ ତରଫରୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବଦ୍ଧିତ କରାଯାଇଥିଲା।
ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦ୍ଦେଶକ,ଲେଖକ ତଥା ଗବେଶକ ଡ଼ ଅଜୟ କୁମାର ମିଶ୍ର, ଡଃ ପ୍ରଭୁ ଚରଣ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ ତଥା ଚାରଣଗୋଷ୍ଠୀ କଟକ ମଣ୍ଡଳର ଉପଦେଷ୍ଟା,ବିଶିଷ୍ଟ କଥା ସେବକ ଗଣେଶ୍ବର ପରିଡା, ଇନ୍ଦ୍ରମଣୀ ମହାନ୍ତି ଉପସ୍ଥିତଥିଲେ। ଚୌଦାର ମଣ୍ଡଳ ସଂଗଠକ ଡଃ ପ୍ରଭୁଚରଣ ମହାନ୍ତି ମଞ୍ଚ ସଂଚାଳନା କରିଥିଲେ। ଜଗନ୍ନାଥଙ୍କ କୃପା ଉପରେ ଉପସ୍ଥିତ ଜନସାଧାରଣ ନିଜର ସଂଖିପ୍ତ ଅନୁଭୂତି କହିଥିଲେ। ଭକ୍ତି ଗୀତ ପରିବେଶଣ କରିଥିଲେ ଅଶୋକ ରାୟ ଓ ଡ଼ ରାଜଲକ୍ଷ୍ମୀ ଜେନା। ମଙ୍ଗଳ ଅଳତୀ ଓ ପହୁଡ ସେବା ପରେ ପ୍ରସାଦ ସେବନର କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିବାବେଳେ ଚାରଣ ଗୋଷ୍ଠୀ କଟକର ସଂଯୋଜକ ଲିଙ୍ଗରାଜ ପତି, ଆଞ୍ଚଳିକ କମିଟର ସମ୍ପାଦକ ସୁରେଶ ମହାନ୍ତି,ଦିବାକର ମୁଦୁଲି, ବିଜୟ କୁମାର ପଣ୍ଡା,ପ୍ରକାଶ ଚନ୍ଦ୍ର ପାଣି,ତ୍ରିଲୋଚନ ବସ୍ତିଆ ।