ବୃକ୍ଷରୋପଣ କଲେ ସମାଜସେବୀ

ବାଲେଶ୍ବର,(ନାଗରାଜ ନ୍ୟୁଜ): ଆଜି ଅର୍ଥାତ୍ ତା ୦୫/୬/୨୦୨୨ ରିଖ ହେଉଛି ବିଶ୍ବ ପରିବେଶ ଦିବସ । ଏହି ଉପଲକ୍ଷେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ସମାଜସେବୀ ମାନଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଥିମଧ୍ୟରୁ ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ସଙ୍ଗଠନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସମାଜସେବୀ ମାନଙ୍କ ଦ୍ବାରା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ପରିବେଶକୁ ସ୍ବଚ୍ଛ, ନିର୍ମଳ ଓ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆଜିର ବିଶ୍ବପରିବେଶ ଦିବସରେ ବୃକ୍ଷ ରୋପଣ ହୋଇଥିଲା । ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ବୁଲି ସ୍ଥାନ ନିରୂପଣ କରି ବୃକ୍ଷ ରୋପଣ କରିଥିଲେ ସମାଜସେବୀ ମାନେ । ଏଥିରେ ମଧୁସୂଦନ ଜେନା, ପଦ୍ମଲୋଚନ ଯେନା, ସନାତନ ଯେନା, ଭରତ ମହାରଣା, ଶିବାନୀ ପ୍ରଧାନ ଓ ବିଶ୍ବ ଭୂଷଣ ପ୍ରଧାନ ପ୍ରମୁଖ ସମାଜସେବୀ ବୃକ୍ଷ ରୋପଣକାରୀଙ୍କୁ ବୃକ୍ଷ ରୋପଣ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.