ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଢେଙ୍କାନାଳ ୪୨ତମ ବାର୍ଷିକ ଉତ୍ସବ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ସହର ମଧ୍ୟସ୍ଥ ଭାଗିରଥୀ ସାଗର ଠାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ଉପଜିଲ୍ଲାପାଳ କୁମାରୀ ସ୍ନିଗ୍ଧାରାଣୀ ଧଳ ମୁଖ୍ୟ ଅତିଥ୍‌ ଓ ଢେଙ୍କାନାଳ ଏସ୍.ଡି.ପି.ଓ. ସୂର୍ଯ୍ୟମଣି ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ଗୋବର୍ଦ୍ଧନ ସାହୁ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥ୍‌ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ମାଧ୍ୟମରେ ସମାଜର ପରିବର୍ତନ କିଭଳି ସମ୍ଭବ ହୋଇପାରିବ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା ବିଷୟରେ ପରାମର୍ଶ ଦେବା ସହିତ ସମାଜକୁ ମଧ୍ୟ ପଢା ସହିତ ସମ ପରିମାଣର ଗୁରୁତ୍ବ ଦେବା ଦରକାର । ଅନୁଷ୍ଠାନର ଅଧ୍ୟକ୍ଷ ସ୍ଵାଗତ ଭାଷଣ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ୨୦୨୧-୨୨ ଶିକ୍ଷା ବର୍ଷରେ ୯୦% ରୁ ଉର୍ଦ୍ଧ୍ବ ନମ୍ବର ରଖୁଥିବା ଛାତ୍ରୀ ଜ୍ୟୋତିର୍ମୟୀ ପ୍ରିୟଦର୍ଶିନୀ, ସୁନିତା ମିଶ୍ର, ରୁନିତା ମିଶ୍ର ଓ ଛାତ୍ର ଶୁଭକେତନ ମଲିକ ବ୍ୟାଡମିଂଟନରେ ରାଜ୍ୟସ୍ତରୀୟ ସର୍ଣ୍ଣ ପଦକ ପାଇଥିବାରୁ ମୁଖ୍ୟ ଅତିଥ୍‌ ଓ ଅନ୍ୟ ଅତିଥିମାନେ ପ୍ରମାଣପତ୍ର ଦେବା ସହ ସମ୍ବର୍ଦ୍ଧନା କରିଥିଲେ । ଶେଷରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published.