ଶ୍ରୀପର୍ଣ୍ଣା ପ୍ରକାଶନୀ, ପୁରୀର ପୁସ୍ତକ ଲୋକାର୍ପଣ

ପୁରୀ,(ନାଗରାଜ ନ୍ୟୁଜ): ଆଜି ଦିନ 12.30ମିନିଟ ସମୟରେ ପୁରୀର ଅଗ୍ରଣୀ ପ୍ରକାଶନ ସଂସ୍ଥା, ଶ୍ରୀପର୍ଣ୍ଣା ପ୍ରକାଶନୀର କିଛି ନବ ପ୍ରକାଶିତ ପୁସ୍ତକ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଡ଼କ୍ଟର ଗଣେଶ଼ୀ ଲାଲଙ୍କ କର କମଳରେ ଲୋକାର୍ପିତ ହୋଇଯାଇଛି l ଏଥି ମଧ୍ୟରେ ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଜାତୀୟ ଓ ରାଜ୍ୟ ପୁରସ୍କାରରେ ବିଭୂଷିତା ଶ୍ରୀମତୀ ସ୍ଵର୍ଣ୍ଣଲତା ତ୍ରିପାଠୀ, କୁରୁଜଙ୍ଗ, କୋଣାର୍କ ଙ୍କ ଜୀବନବ୍ୟାପି କୃତି ଓ କୃତିତ୍ୱ ସମ୍ପର୍କରେ ତଥ୍ୟ ଭିତିକ ପୁସ୍ତକ “ସତ୍ୟର ସଂଳାପ “,ବିନାୟକ ଇଂରାଜୀ ମିଡ଼ିଅମ ସ୍କୁଲର ଅଧ୍ୟକ୍ଷା କବୀ ଶ୍ରୀମତୀ ସୁଜାତା ସିହ୍ନlଙ୍କ ରଚିତ ଉପନ୍ୟାସ “ପରିଚିତ ପାପ “, କବିତା ପୁସ୍ତକ “ଝିଅଟିଏ ବୋଲି ତ ” ଓ “ଶତପର୍ବl “, ପ୍ରକାଶକ କବି ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ରଙ୍କ ରଚିତ କବିତା ପୁସ୍ତକ” ଅମୋକ୍ଷ ତପ “, “ସ୍ବପ୍ନସ୍ରବl”, “ମଧୁବ୍ରତା “ଅନ୍ୟତମ ଏହି ପୁସ୍ତକ ଲୋକାର୍ପଣ ପର୍ବରେ ମହାମହିମ ରାଜ୍ୟପାଳ ସମ୍ପୃକ୍ତ ଲେଖକମାନଙ୍କୁ ଓ ପ୍ରକାଶକଙ୍କୁ ସାଧୁବାଦ ଦେବସହିତ ସେମାନଙ୍କୁ ଏପରି ସୃଜନାତ୍ମକ କାର୍ଯ୍ୟରେ ସଦାସର୍ବଦା ନିୟୋଜିତ ରହିବାକୁ ଉପଦେଶ ଦେଇଥିଲେ l

Leave a Reply

Your email address will not be published.