ପ୍ରତିମୂର୍ତ୍ତି, ସ୍ମରଣିକା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଦରଡା ପଞ୍ଚାୟତର ବୃନ୍ଦାବନପୁର ଗ୍ରାମର ସ୍ବର୍ଗତ ମଧୂସୁଦନ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତି, ସ୍ମରଣିକା ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ଜେନା ଏକାଧାରରେ ଜଣେ ଶିକ୍ଷକ ନଥିଲେ, ପରୋପକାରୀ, ସ୍ନେହି , ସମାଜସେବୀ ମଣିଷ ଭାବରେ ସମ୍ପୃକ୍ତ ଅଞ୍ଚଳରେ ଖୁବ ଜଣାଶୁଣା ଥିଲେ । ତାଙ୍କର ମାତ୍ର ୬୮ ବର୍ଷରେ ଆକସ୍ମିକ ମୃତ୍ୟୁରେ ପରିବାର ତଥା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ମଧୁସୂଦନ ସ୍ମୃତି କମିଟି ପକ୍ଷରୁ ” ସ୍ମୃତିରେ ମଧୁସୂଦନ ” ପତ୍ରିକା ଉନ୍ମୋଚନ ହୋଇଥିଲା । ବିଧାୟକ ନିତ୍ୟାନନ୍ଦ ସାହୁ, ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ବିଶ୍ବାଳ, ଶିକ୍ଷକ ବିଦ୍ୟାଧର ପରିଡ଼ା, ସମାଜସେବୀ ହରଗୋପାଳ ସିଂ, ଶିକ୍ଷକ ପର୍ଶୁରାମ ଦେ, ଅତୁଲ ଚନ୍ଦ୍ର ଭୁୟାଁ, ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ବନ୍ଧୁ ବାନ୍ଧବ, ପରିବାର ବର୍ଗଙ୍କ ଉପସ୍ଥିତରେ ଶ୍ରୀ ଜେନାଙ୍କ ପ୍ରତିମୂର୍ତ୍ତି ଓ ସ୍ମରଣିକା ଉନ୍ମୋଚନ ସହିତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.