ଦ୍ୱାଦଶ ପରୀକ୍ଷା ବାତିଲ ଦାବିରେ କାକଟପୁରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲାର କାକଟପୁର, ଅସ୍ତରଙ୍ଗ ଓ ନୟାହାଟର ଶତାଧିକ ଛାତ୍ରଛାତ୍ରୀ କାକଟପୁର ମୁଖ୍ୟରାସ୍ତାରେ ଦ୍ୱାଦଶ ପରୀକ୍ଷା ବାତିଲ କରିବା ଦାବିରେ ଧାରଣାରେ ବସିଛନ୍ତି । କୋଭିଡ ସ୍ଥିତି ଯୋଗୁ ସମସ୍ତ ମହାବିଦ୍ୟାଳୟରେ ପାଠପଢ଼ା ବହୁ ମାତ୍ରାରେ ପ୍ରଭାଭିତ ହୋଇଛି । ମାତ୍ର ୬ ରୁ ୭ ମାସ ପାଠପଢ଼ା ହେବା ପରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ କୁହାଯାଇଛି । ଯେଉଁ କାରଣରୁ ଆଜି କାକଟପୁର, ଅସ୍ତରଙ୍ଗ ଓ ନୟାହାଟର ଶତାଧିକ ଛାତ୍ରଛାତ୍ରୀ ଧାରଣା ହେଇଛନ୍ତି । ତାଙ୍କର ମୂଖ୍ୟ ଦାବି ହେଲା କୋର୍ସ କମ୍ପ୍ଲିଟ ହୋଇନଥିବାରୁ ପରୀକ୍ଷା ଦେବା ସମ୍ଭବ ନୁହେଁ । ସେଥିପାଇଁ ପରୀକ୍ଷା ବାତିଲ କରଯାଉ । ନଚେତ ଘୁଞ୍ଚାଇ ଦିଅ । ଯଦି ରାଜ୍ୟ ସରକାର ଏହି ଦୁଇଟି ଦାବିରୁ ଗୋଟିଏ ଦାବି ପୂରଣ ନ କରନ୍ତି । ଆଗାମୀ ଦିନରେ ଆନ୍ଦୋଳନ ସହ ସଂପୂର୍ଣ୍ଣ କାକଟପୁର, ଅସ୍ତରଙ୍ଗ, ରତନପୁର ଓ ନୟାହାଟ ରାଜରାସ୍ତା ବନ୍ଦ କରାଯିବା ସହ ବ୍ୟାପକ ଆନ୍ଦୋଳନ ହେବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.