ଦନ୍ତାକୁ ଗୁଳି ସନ୍ଦେହ

ନରସିଂହପୁର,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଅଧିନ ଚତରାପଦା ସଂରକ୍ଷିତ ଜଙ୍ଗଲରେ ଏକ ଆହତ ଦନ୍ତାହାତୀ ଅସୁସ୍ଥ ହୋଇ ବୁଲୁଥିବା ସୂଚନା ମିଳିଛି।ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏକ 25 ରୁ 30 ବର୍ଷର ଦନ୍ତା ହାତୀ ଟି ପୂର୍ବ ବନାଞ୍ଚଳର ଚତରାପଦା ତଥା ନୂଆଗଡ ବୁଢ଼ାବୁଢ଼ୀ ଘାଟିର ପାଦ ଦେଶରେ ଥିବା ଜଙ୍ଗଲ ଭିତରେ ଅସୁସ୍ଥ ଦନ୍ତା ହାତୀଟି ବୁଲୁଥିବା ଜଣାପଡ଼ିଛି। ହାତୀର ପଛ ପାଖରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ହେଲେ ବନ ବିଭାଗ ଏ ନେଇ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛି।ହାତୀର କ୍ଷତ କୁ ଦେଖି ହାତୀକୁ କେହି ଶିକାରୀ ଗୁଳି କରିଥିବା ସନ୍ଦେହ କରାଯାଉଛି।ଆହତ ହାତୀକୁ ଏପର୍ଯ୍ୟନ୍ତ ବନ ବିଭାଗ ଠାବ କରିବା ପାଇଁ ଚେଷ୍ଟା ଚଳାଇଛି।ଘଟଣା ସ୍ଥଳରେ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ ଉପସ୍ଥିତ ଥିବା ବେଳେ ତାଙ୍କ ସହ ବନ ବିଭାଗର କର୍ମଚାରୀ ଉପସ୍ଥିତ ଅଛନ୍ତି।ପ୍ରକୃତରେ ହାତୀକୁ କେହି ଗୁଳି ମାରିଛି ନା ହାତୀ ସହିତ ହାତୀର ଲଢେଇ ଯୋଗୁଁ ହାତୀ ଆହତ ହୋଇଛି ତାହା ହାତୀ କୁ ଆୟତ୍ତ କଲା ପରେ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published.