ଗାଁରେ ରାତିରେ ବୁଲିଲା ଖଣ୍ଡା ଓ ଭୂଜାଲି, ଗଡିଲା ମୁଣ୍ଡ, ପୁତୁରା ଭୂଜାଲି ଚୋଟରେ ଖୁଡିର ମୃତ୍ୟୁ

କଟକ, (ଭରତ ମହାରଣା): ଗାଁରେ ରାତିରେ ବୁଲିଲା ଖଣ୍ଡା ଓ ଭୂଜାଲି, ଗଡିଲା ମୁଣ୍ଡ, ପୁତୁରା ଭୂଜାଲି ଚୋଟରେ ଖୁଡିର ମୃତ୍ୟୁ, ଗୋଟିଏ  ପରିବାରରେ ଦାଦା ପୁଅ ଓ ବଡବାପା ପୁଅ ଭିତରେ ବଚସା, ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ । ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା କାଠଖୁଣ୍ଟ ଗ୍ରାମରେ । ଗ୍ରାମର ବାଦଲ ମହାଳିକ କାର୍ଯ୍ୟସାରି ଘରକୁ ଫେରିବା ସମୟରେ ଗାଁ ଭିତରେ ନିଜ ଦାଦା ପୁଅ ଆଲୋକ ମହାଳିକ ସହ ପୂର୍ବ ଶତ୍ରୁତା ଓ ଠିକାଦାରୀ କାମକୁ ନେଇ ବଚସା ହୋଇଥିଲା ।

 ଗ୍ରାମର ଯେତେ ସବୁ ସରକାରୀ କାମ ଆସେ ଉକ୍ତ କାମ ଗୁଡିକୁ  ଆଲୋକ ମହାଳିକ କରୁଥିବାରୁ ଉଭୟଙ୍କ ଭିତରେ ଅନେକ ସମୟରେ ବଚସା ଲାଗିରହୁଥିଲା । ଗତକାଲି ରାତିରେ ଆଲୋକ ଓ ବାଦଲ ମହାଳିକ ଭିତରେ ବଚସା ଉଗ୍ରରୂପ ନେଇ ଶେଷରେ ବାଦଲ ପରିବାର ମିଶି ଆଲୋକର ମା ବିନି ମହାଳିକ ବାପା ଶିବମହାଳିକ ଏବଂ ପୁଅ ଆଲୋକ ମହାଳିକକୁ ଖଣ୍ଡା ଭୁଜାଲିରେ ଆକ୍ରମଣ କରିଥିଲେ।

ଘଟଣା ସ୍ଥଳରେ ମା ବିନିର ମୃତ୍ୟୁ ହୋଇଥିଲା ବେଳେ ବାପା ଶିବ ଏବଂ ପୁଅ ଆଲୋକଙ୍କୁ ସ୍ଥାନୀୟ ନରସିଂହପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ କଟକ ବଡ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି ।  ଘଟଣା ଘଟାଇ ବାଦଲ ପରି ବାର ଫେରାର ଥିବା ବେଳେ ଘଟଣା ସ୍ଥଳରେ ନରସିଂହପୁର ପୋଲିସ ସହ ଆଠଗଡ଼ ଏସଡ଼ିପିଓ ଦେବେନ୍ଦ୍ର ମଲ୍ଲିକ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published.