ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ୟାଚ୍, ୧ ରୁ ଆରମ୍ଭ ଟିକେଟ ବିକ୍ରି

କଟକ, (ନାଗରାଜ ନ୍ୟୁଜ): ଆସନ୍ତା ଜୁନ 12 ତାରିଖ ଦିନ କଟକ ବାରବାଟି ଷ୍ଟାଡିୟମ୍ ଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି 20 ଆନ୍ତର୍ଜାିତିକ ମ୍ୟାଚ୍ ପାଇଁ ଜୁନ 1 ତାରିଖ ଦିନ online ମାଧ୍ୟମରେ ଟିକେଟ ବିକ୍ରି କରାଯିବ ବୋଲି ଆସୋସିଏସନ୍ ର ଟିକେଟ ପାର୍ଟନର ପେ – ଟିଏମ୍ ପ୍ରକାଶ କରିଛନ୍ତି। ଆଜି ଅପରହ୍ନରେ ବାରବାଟି ଷ୍ଟାଡିୟମ୍ ର କ୍ରିକେଟ କନଫ୍ରେନ୍ସ ହଲ ଠାରେ ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ସି ଇ ଓ ସୁବ୍ରତ କୁମାର ବେହେରା ପେ ଟି ଏମ କତୃପକ୍ଷ ସାମ୍ବାଦିକ ମାନଙ୍କୁ ଟିକେଟ ବିକ୍ରି ବ୍ୟବସ୍ଥାର ସୂଚନା ଦେଇ କହିଲେ ଜୁନ 1 ତାରିଖ ଠାରୁ ଅନ ଲାଇନ୍ ରେ 5000 ଟିକେଟ ବିକ୍ରି ବ୍ୟବସ୍ଥା କରାଯାଇଛି।ଅନ ଲାଇନ ରେ ବୁକିଂ କରିଥିବା ଲୋକ ମାନେ ଜୁନ 9 ଏବଂ 10 ତାରିଖ ଦିନ କେମ୍ବ୍ରିଜ୍ ସ୍କୁଲ ଏବଂ ଖ୍ରାଏଷ୍ଟ କଲେଜ କାଉଣ୍ଟର ରୁ ଟିକେଟ ସଂଗ୍ରହ କରିବେ। ମ୍ୟାଚ୍ ଦିନ ବାରବାଟି ଷ୍ଟାଡିୟମ୍ କାଉଣ୍ଟର ରୁ ମଧ୍ୟ ଟିକେଟ ସଂଗ୍ରହ କରିପାରିବେ। ଏଠାରେ ସୂଚେଇ ଦିଆ ଯାଇପାରେ ବାରବାଟୀ ଷ୍ଟାିଡିୟମରେ 44 ହଜାର 234 ଦର୍ଶକ ଖେଳ ଦେଖିବାର ବ୍ୟବସ୍ଥା କରାଯାଇଛି। ଏଥି ମଧ୍ୟରୁ 21154 ଟିକେଟ ସାଧାରଣ ଦର୍ଶକ ଙ୍କ ପାଇଁ ଜୁନ 9 ଏବଂ 10 ତାରିଖ ରେ ଉପଲବ୍ଧ ହେବ। କେବଳ ଆସୋସିଏସନ୍ ସହିତ ସହ ବନ୍ଧକ ଥିବା ସଂସ୍ଥା କୁ 8000 ଟିକେଟ ପ୍ରଦାନ କରାଯିବ। ଖେଳାଳି ମାନଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି

Leave a Reply

Your email address will not be published.