ସୁବର୍ଣ୍ଣରେଖା ବନ୍ଦରରେ ନିଯୁକ୍ତି ନାମରେ ଟାଟା କମ୍ପାନୀର ପ୍ରହତ୍ସନ ଓ ଠକେଇ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ବାଲିଆପାଳରେ ନିର୍ମାଣାଧୀନ ଥିବା ସୁବର୍ଣ୍ଣରେଖା ବନ୍ଦର ପାଇଁ ୨୦୭ ଏକର ଜମି ଅଧିଗ୍ରହଣ କରାଗଲା । ଚାଷ, ପାନ, ମୀନ ପାଇଁ ପ୍ରସିଦ୍ଧ ଉତ୍ତର ବାଲେଶ୍ବରର ଏହି ଅଞ୍ଚଳରେ ଚାଷୀମାନେ ବାଧ୍ୟବାଧକତା ରେ ନିଜର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଖୁବ୍ କମ୍ ମୂଲ୍ୟରେ ଦେବାକୁ ବାଧ୍ୟ ହେଲେ । କିନ୍ତୁ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିଶୃତିରେ ପଡ଼ିଛି ପାଣିର ଗାର। କାରଣ ଜମି ହରାଇଥିବା ପରିବାର ପ୍ରତି ଜଣକୁ ବନ୍ଦରରେ ସ୍ଥାୟୀ ନିଯୁକ୍ତି ପାଇଁ ଦିଆ ଯାଇଥିଲା ପ୍ରତିଶୃତି ।ମାତ୍ର ଟାଟା କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ସର୍ବମୋଟ ୨୧ ଜଣକୁ ଚୟନ କରି ଟ୍ରେନିଂ ପଠେଇଥିଲା ଟାଟାକୁ । ଦୁର୍ଭାଗ୍ୟ ବଶତଃ ଟ୍ରେନିଂରେ ମାନସିକ ନିର୍ଯାତନା ପାଇ ସମସ୍ତେ ଘର ବାହୁଡ଼ା ହେଲେଣି । ଆଜି ଠିକ୍ ଏହିପରି ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା ବସ୍ତା ବ୍ଳକ ଅଧିନସ୍ଥ ୬୦ ନମ୍ବର ଜାତୀୟ ରାଜ ପଥ କଟିପୋଲ ନିକଟ ପ୍ରିନ୍ସ କଲ୍ୟାଣ ମଣ୍ଡପରେ । ଟାଟା କମ୍ପାନୀର ଚାଲିଥିଲା ନିଯୁକ୍ତି ମେଳା । ଏହି ମେଳାରେ ସର୍ବମୋଟ ୪୨ ଜଣ ଆଶାୟୀ ଯୁବକ ୩ ଜଣ ଯୁବତୀ ଅଂଶ ଗ୍ରହଣ କରି ନିରାଶ ହୋଇ ଫେରିଥିଲେ ନିଜ ଘରକୁ ।କାରଣ ଏହି ନିଯୁକ୍ତି ଟାଟା କମ୍ପାନୀ ବନ୍ଦର ନାମରେ କହି ଅନ୍ୟାନ୍ୟ ବେସରକାରୀ ସଂସ୍ଥାରେ ଖୁବ୍ କମ୍ ବେତନରେ ଦେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ଯାହା ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ପାଲଟିଛି ବୋଝ ଉପରେ ନଳିତା ବିଡ଼ା ସଦୃଶ । ନିଯୁକ୍ତି ବନ୍ଦର ନାମରେ ମାତ୍ର ବନ୍ଦରରେ ଦିଆଯିବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ ରୋକ୍ ଠୋକ୍ ମନା କରିଦେଲେ । ଟାଟା କମ୍ପାନୀର ଏହି ଲୋକ ଦେଖାଣିଆ ନିଯୁକ୍ତି ମେଳା ସମଗ୍ର ଅଞ୍ଚଳରେ ହାସ୍ୟାସ୍ପଦ ପ୍ରସଙ୍ଗ ପାଲଟିଥିବା ବେଳେ ସମସ୍ତ ବୁଦ୍ଧିଜୀବୀ ମାନେ ଏହି ପ୍ରହତ୍ସନ ନିଯୁକ୍ତି ପ୍ରକ୍ରିୟାକୁ ଭରପୁର ସମାଲୋଚନା କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ 

 

Leave a Reply

Your email address will not be published.