ଦେଓଗାଁରେ ଠାକୁରଙ୍କର ରୂପା ବେଶ ଅନୁଷ୍ଠିତ 

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ପ୍ରସିଦ୍ଧଧର୍ମପୀଠ ପ୍ରଭୁ ଚନ୍ଦ୍ରଶେଖର ଙ୍କର ପାଦଦେଶରେ ଅବସ୍ଥିତ ଦେଓଗାଁ ଠାରେ ରଥରେ ବିଜେ ପ୍ରଭୁ ଜଗନ୍ନାଥଓ ବଳଦେବଜୀଉ ଙ୍କର ରୂପlବେଶ ମହାସମାରୋହରେ ପାଳିତ ହୋଇଯାଇଛି ଆଜି ପ୍ରାତ ସମୟରେ ଠାକୁରଙ୍କର ମଙ୍ଗଳ ଆଳତି ଅବକାଶ ନୀତି ବାଲ୍ୟନୀତି ସକାଳ ଧୂପ ଅନୁଷ୍ଠିତ ହୋଇଥିଲା ଏହାପରେ ଦ୍ୱିପ୍ରହର ସମୟରେ ଠାକୁରଙ୍କର ବାଲ୍ୟଭୋଗ ନୀତି ଅନୁଷ୍ଠିତ ହୋଇଥିଲା ଏହାପରେ ସନ୍ଧ୍ୟାସମୟରେ ଠାକୁରଙ୍କର ସନ୍ଧ୍ୟା ଆଳତି ପରେ ଠାକୁରଙ୍କର ରୁପାବେଶ ଅନୁଷ୍ଠିତ ହୋଇଥିଲା l ଠାକୁରଙ୍କର ଏହି ଅପୂର୍ବ ବେଶ ଦେଖିବା ନିମନ୍ତେ ପ୍ରବଳ ଜନଗହଳି ହୋଇଥିଲା ଆଜିଏକାଦଶୀରେ ଏହି କ୍ଷେତ୍ରରେ ଠାକୁରଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ ଏହାପରେ ଠାକୁରଙ୍କରପହଡ଼ ପଡିବ l ଏହିଠାରେ ଅନୁଷ୍ଟିତ ରଥଯାତ୍ରା ଢେଙ୍କାନାଳ ଜିଲ୍ଲାର ସର୍ବପୁରାତନ ଅଟେ, ପ୍ରତାପ ନରସିଂହ ଦେବରାଜାଙ୍କ ସମୟରୁ ଏହି ରଥଯାତ୍ରା ପାଳିତ ହୋଇଆସୁଛି ଏଠାରେ ନିର୍ମିତ ତାଳଧ୍ୱଜ ରଥ14ଚକ ବିଶିଷ୍ଟ ଅଟେ l ଏବଂ ପରିଶେଷରେ ଭଗବାନ ଙ୍କ ନିକଟରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.