କଟକରେ ଆରମ୍ଭ ହେଲା ୩୦ତମ ଜାତୀୟ ଜୁନିୟର ଫେନସିଂ ଚମ୍ପିୟାନସିପ

କଟକ,(ନାଗରାଜ ନ୍ୟୁଜ): କଟକରେ ଆରମ୍ଭ ହେଲା ୩୦ ତମ ଜାତୀୟ ଜୁନିୟର ଫେନସିଂ ଚମ୍ପିୟାନସିପ । ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଏହା ୪ ଦିନ ଧରି ଖେଳାଯିବ । ଭାରତର ୩୦ ଟି ରାଜ୍ୟ ରୁ ମୋଟ ୬୫୦ ଖେଳାଳି ଏହି ମେଗା ପ୍ରତିଯୋଗୀତାରେ ଭାଗନେଇଛନ୍ତି। ଉଭୟ ରାଜ୍ୟ କ୍ରୀଡା ବିଭାଗ ଓ ରାଜ୍ୟ ଫେନସିଂ କ୍ରୀଡା ସଂଘ ର ମିଳିତ ଉଦ୍ୟମ ରେ ଏହି ମେଗା ଆୟୋଜନ ହୋଇଛି। ଏହି ମେଗା ପ୍ରତିଯୋଗିତାରେ ଓଡିଶା ର ଭଲ ପଦର୍ଶନ କରିବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ । କାହିଁକି ନା ଚଳିତ ବର୍ଷ ବିଭିନ୍ନ କ୍ୟାମ୍ପରେ ଭଲ ଅଭ୍ୟାସ କରିଛି ଟିମ ଓଡିଶା । ତେବେ ଏହି ସଫଳ ଆୟୋଜନ ପରେ ସର୍ବ ଭାରତୀୟ ସଙ୍ଘ ଓଡିଶା କୁ ଆହୁରି ମେଗା ପ୍ରତିଯୋଗିତା ପ୍ରଦାନ କରିବ ବୋଲି କହିଛନ୍ତି ରାଜ୍ୟ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।

Leave a Reply

Your email address will not be published.