କଟକ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୮ତମ ରାଜ୍ୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଉଦଯାପିତ

କଟକ,(ନାଗରାଜ ନ୍ୟୁଜ): ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଓଡିଶା ଏବଂ କଟକ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୪୮ତମ ରାଜ୍ୟ ସ୍ତରୀୟ ବିଜ୍ଞାନ ଗଣିତ ଓ ପରିବେଶ ମେଳା ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଶ୍ରେଷ୍ଠ ପ୍ରକଳ୍ପ ଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରକଳ୍ପ ଗୁଡ଼ିକ କଲିକତାରେ ହେବାକୁ ଥିବା ବିଜ୍ଞାନମେଳାରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ।ଆଜି ଉଦଯାପନ ଦିବସରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ରାଜ୍ୟ କୃଷି ଓ ପଶୁ ପାଳନ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ଏହି ବିଜ୍ଞାନ ମେଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ବିଜ୍ଞାନ ଦର୍ଶନ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ। ଭାରତୀୟ ପରମ୍ପରା, ଅଧ୍ୟାତ୍ମିକ ଶକ୍ତି ଓ ଧର୍ମର ପରିଭାଷାରେ ଏହି ଆଧୁନିକ ଯୁଗରେ ବିକାଶର ଚିନ୍ତାଧାରା ବିଜ୍ଞାନ ଦର୍ଶନ ମାଧ୍ୟମରେ କିପରି ସମ୍ଭବପର ହୋଇ କାର୍ଯ୍ୟକାରୀ ହୋଇପାରିବ ସେ ସମ୍ପର୍କରେ ମନ୍ତ୍ରୀ ନିଜର ମତବ୍ୟକ୍ତ କରିଥିଲେ। ଏହିି ମେଳା ଆୟୋଜନରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଭୂମିକାର ଭୁୟସୀ ପ୍ରଶଂସା ମଧ୍ୟ କରିଥିଲେ।

ମୁଖ୍ୟବକ୍ତା ଭାବେ କଟକ ମହାନଗର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ, ସମ୍ମାନୀତ ଅତିଥି ଭାବେ ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ନିଆଳୀ ବିଧାୟକ ଡକ୍ଟର ପ୍ରଫେସର ପ୍ରମୋଦ ମଲ୍ଲିକ, ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୁକିମ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ନିକଟରେ ଥିବା ପ୍ରତିଭା ସମ୍ପର୍କରେ ଆଲୋକପାତ କରି ଏହି ବିଜ୍ଞାନ ମେଳା ମାଧ୍ୟମରେ ଏମାନଙ୍କର ପ୍ରତିଭା ଲୋକ ଲୋଚନକୁ ଆସପାରିିବ ବୋଲି ମତବ୍ୟକ୍ତ କରିଥିଲେ।ଆଧୁନିକ ବିଜ୍ଞାନ ଯୁଗରେ ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ସୂଚନା ପ୍ରଯୁକ୍ତି ବିଦ୍ୟାର ବିକାଶ ଘଟିଛି,ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ଖୁବ୍ କମ ସମୟ ମଧ୍ୟରେ ତଥ୍ୟ ହାସଲ କରିପାରି ସେମାନଙ୍କର ଜ୍ଞାନର ଅଭିବୃଦ୍ଧି ଘଟାଇପାରୁଛନ୍ତି। ଅନୁଷ୍ଠିତ ଏହି ମେଳାରେ ଜଗତ ସିଂହପୁର ଜିଲ୍ଲାରୁ ରାଜଲକ୍ଷ୍ମୀ ଲେଙ୍କା ରାୟଗଡ଼ା ଜିଲ୍ଲାରୁ ଭି. ସୋନିଆ, ସୁନ୍ଦରଗଡ ଜିଲ୍ଲାରୁ ଓମ୍ ପରିଡା, କୋରାପୁଟ ଜିଲ୍ଲାରୁ ପ୍ରତ୍ୟୁଷ ମହାପାତ୍ର,ପୁରୀ ଜିଲ୍ଲାରୁ ସାଇ ସୋହମ୍ ପ୍ରଧାନ,କଟକ ଜିଲ୍ଲାରୁ ମହମ୍ମଦ ୟାସିର ଜାମିଲ ଗୌହାଟିରେ ହେବାକୁ ଥିବା ଜାତୀୟ ସ୍ତରୀୟ ବିଜ୍ଞାନ ଗଣିତ ଓ ପରିବେଶ ମେଳା ରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଆଜିର ଏହି ଉଦଯାପନୀ ଉତ୍ସବ ସଭାକାର୍ଯ୍ୟର ପ୍ରାରମ୍ଭରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ଦୀପ୍ତି ଶୁଭ ଦର୍ଶିନୀ ସ୍ଵାଗତ ଭାଷଣ ଦେଇଥିଲାବେଳେ ରେଭେନ୍ସା କଲି ଜିଏଟ ସ୍କୁଲର ଛାତ୍ର ଛାତ୍ରୀମାନେ ଗୁରୁ ବିଶ୍ଵନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଶେଷରେ ଖାନ ନଗର ସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ ରାଉତ, ଶ୍ରୀମତୀ ସୋନାମିକା ରାୟ,ଏସ ସି ଇ ଆର ଟି ର ସହନିର୍ଦ୍ଦେଶକ ଶ୍ରୀ ଦିଲୀପ କୁମାର ସାହୁଙ୍କ ସମେତ ଚୌଧୁରୀ ରମାକାନ୍ତ ପ୍ରହରାଜ , ସୁକାନ୍ତ ଚନ୍ଦ୍ର ଷଡ଼ଙ୍ଗୀ, ଡ ସୁଜାତା ମହାପାତ୍ର, ଜୟଧର୍ମ ସେନାପତି, ମିହିର କୁମାର ପରିଡା, ମେଘମାଳା ବିଶ୍ୱାଳ, ସୁଶୀଲ କୁମାର ମହାପାତ୍ର, ଗୌତମ କୁମାର ଆଚାର୍ଯ୍ୟ, ଶୁଭ୍ରଜିତ ପ୍ରତିହାରୀ, ଶୁଭକାନ୍ତ ପଣ୍ଡା ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ତ୍ରି ଦିବସୀୟ ବିଜ୍ଞାନ ମେଳା କୁ ଜିଲ୍ଲା ବିଜ୍ଞାନ ସୁପର ଭାଇଜର ଅକ୍ଷୟ କୁମାର ନନ୍ଦ ସଫଳତାର ସହିତ ପରିଚାଳନା କରିଥିଲେ।

Leave a Reply

Your email address will not be published.