ଲୋକପ୍ରିୟ ନେତାଙ୍କ ପରଲୋକ, ଦୁଃଖ ପ୍ରକାଶ କଲେ ସମାଜସେବୀ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତର ଜଣେ ଲୋକପ୍ରିୟ ନେତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ନାମ ରାଜେନ୍ଦ୍ର ଜେନା ଓରଫ ରାଜୁ ଜେନା । ମାତ୍ର ୫୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ଶ୍ରୀ ଜେନା । ସେ ଜଣେ ସଚ୍ଚୋଟ ରାଜନୈତିକ ନେତା ଥିଲେ । ବିଭିନ୍ନ ସମୟରେ ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ପଦ ଓ ପଦବୀରେ ରହି ଉତ୍ତମ ସେବା ମାଧ୍ୟମରେ ଅଞ୍ଚଳବାସୀଙ୍କର ଅତି ପ୍ରିୟ ଥିଲେ । ଗରସଙ୍ଗ ସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁବରଣ କରିଛନ୍ତି । ହୃଦଘାତ ଜନିତ ମୃତ୍ୟୁ ହୋଇଥିବା କଥା ସ୍ଥାନୀୟ ଲୋକଙ୍କ ଠାରୁ ଜାଣିବାକୁ ମିଳିଛି । ବ୍ଲକ ତଥା ସମୃକ୍ତ ଅଞ୍ଚଳରେ ସେ ଜଣେ ଅତି ନିରୀହ, ସଚ୍ଚୋଟ, ପରୋପକାରୀ, ମିଷ୍ଟଭାଷୀ, ସ୍ନେହୀ, ଧାର୍ମିକ ଓ ନ୍ଯାୟପରାୟଣ ବ୍ଯକ୍ତି ଥିବାରୁ ତାଙ୍କ ମୃତ୍ୟୁରେ ସମ୍ପୃକ୍ତ ଅଞ୍ଚଳରେ ଶୋକରଛାୟ ଖେଳିଯାଇଛି । ମୃତ୍ୟୁ ଖବରପାଇ ଶହଶହ ଲୋକ ଗରସଙ୍ଗ ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଓ ବିଭିନ୍ନ ସ୍ବଚ୍ଛେସେବୀ ସଙ୍ଗଠନର କର୍ମକର୍ତ୍ତାଡଙ୍କ ସମେତ ଖଇରା ବ୍ଲକର ଜଣେ ସଚ୍ଚୋଟ, ଦୟାବନ୍ତ, ପରୋପକାରୀ ଓ ସରଳ ସମାଜସେବୀ ଅସିତ କୁମାର ଜେନା ତାଙ୍କ ଗ୍ରାମରେ ପହଞ୍ଚି ଅଞ୍ଚଳବାସୀ ଜଣେ ଲୋକପ୍ରିୟ ନେତାଙ୍କୁ ହରାଇଲା ବୋଲି କହି ଦୁଃଖ ପ୍ରକାଶ କରିଥିଲେ । ଏବଂ ଶେଷରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଫେରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.