ଜଙ୍ଗଲି ବାରାହା ମାରିବାକୁ ଖଞ୍ଜାଯାଇଥିବା ବମକୁ ଖାଇ ଭାଲୁ ମୃତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଏହା ହେଉଛି ବହୁ ଚର୍ଚ୍ଚିତ ଢେଙ୍କାନାଳ ବନଖଣ୍ଡର, ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ, ବେଗା ସଂରକ୍ଷିତ ଜଙ୍ଗଲ ଭିତରର ଦୃଶ୍ୟ । ଚିର ନିଦ୍ରାରେ ଶୋଇ ଯାଇଛି ଏକ ଜଙ୍ଗଲି ଭାଲୁ । ବେଗା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପ୍ରତିଦିନ ବାରାହା ଶିକାର କରିବା ପାଇଁ ରାତିରେ ଶିକାରୀ ମାନେ ବମ୍ ରଖିଥାନ୍ତି । ବାରାହା ହରିଣ, ଠେକୁଆ ଓ ଜଙ୍ଗଲି ପଶୁମାନେ ପାହାଡ଼ ତଳକୁ ପାଣି ପିଇବା ପାଇଁ ଆସିଲା ବେଳେ ଏହି ବମ୍ କୁ ପାଟିରେ କାମୁଡି ଦିଅନ୍ତି । ଫଳରେ ବାରାହାର ମୃତ୍ୟୁ ହୁଏ । ରାତାରାତି ବନ୍ୟଜନ୍ତୁ ଶିକାର କରି ଶିକାରୀ ହେଉଛନ୍ତି ମାଲାମାଲ।କିନ୍ତୁ ବେଳେବେଳେ ଭାଲୁ, ବିଲୁଆ, କୁକୁର ମାନେ ଏହିପରି ଶିକାର ହୁଅନ୍ତି । ଏହି ଭାଲୁଟିର ଏହି କାରଣ ରୁ ମୃତ୍ୟୁ ଘଟିଛି । D.F.O ଢେ଼ଙ୍କାନାଳ, Range Officer ଷଡ଼ଙ୍ଗୀ ଓ ଖଂକିରା ବନପାଳଙ୍କର ମନମାନି ପାଇଁ କେତେଯେ ନିରୀହ ଜଙ୍ଗଲୀ ପଶୁ ମାରୁଛନ୍ତି ତାହାର ହିସାବ ନାହିଁ । ଯଦି ବନ ବିଭାଗ ଏହାର ତୁରନ୍ତ ପଦକ୍ଷପ ନେଇ ଉକ୍ତ ଭାଲୁ ମୃତ୍ୟୁର ତଦନ୍ତ ନ କରନ୍ତି ତାହାଲେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ଏଡାଇ ଦିଆଯାଇ ନ ପାରେ । ବେଗା ସଂରକ୍ଷିତ ଜଙ୍ଗଲ ରୁ ଶିକାର ବନ୍ଦ କରାଯାଉ ବୋଲି ବେଗା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଦାବୀ କରିଛନ୍ତି ଜନସାଧାରଣରେ ଦାବୀ ହେଉଛି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.