ବାଙ୍କୀ, (ନାଗରାଜ ନ୍ୟୁଜ): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି କରିଛି ଯୁବ ଛାତ୍ର ସମାବେଶ । ବାଙ୍କୀ ନିର୍ବାଚନ ମଣ୍ଡଳୀର ସୁବର୍ଣ୍ଣପୁର ଅଂଶୁପା ଠାରେ ବିଜୁ ଯୁବ ଛାତ୍ର ନେତୃତ୍ୱ ସମାବେଶ ଅନୁଷ୍ଠିତ ହୋଇଛି । ବାଙ୍କୀ ବ୍ଲକ, ଡମପଡା ବ୍ଲକ ଓ ଏନଏସିର ଶତାଧିକ ଯୁବକ ଏଥିରେ ସାମିଲ ହୋଇଥିଲେ। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ବିଜୁ ଯୁବ ଛାତ୍ର ଜନତା ଦଳ ବ୍ୟାପାର ବିଭାଗର ମୁଖ୍ୟ ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଧାୟକ ଦେବିରଞ୍ଜନ ତ୍ରିପାଠୀ ଓ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏହି ସମାବେଶରେ ଉପସ୍ଥିତ ରହିଥିବା ଯୁବକମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ।
ବିଜୁ ଯୁବ ଛାତ୍ରମାନେ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଜନସାଧାରଣ ତଥା ତଳ ସ୍ତରର ଲୋକଙ୍କ ପାଖକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ସମ୍ପର୍କରେ ସଚେତନ କରାଇବେ । ଜନ୍ମଠାରୁ ମୃତ୍ୟୁ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଜନହିତକର ଯୋଜନା ରହିଛି ତାହାର ସୁଫଳ କିଭଳି ଓଡ଼ିଶାର ପ୍ରତ୍ୟେକ ଲୋକ ପାଇପାରିବେ ସେନେଇ ସମାବେଶରେ ଆଲୋଚନା ହୋଇଥିଲା । ଅନ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ମଧ୍ୟ ଏହି ସମାବେଶରେ ଆସି ଯୋଗ ଦେଇଥିଲେ । ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ପିଲିପି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଏଥିରେ ସାମିଲ ହୋଇଥିଲେ ।