ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ବୁଧବାର ସକାଳେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାର ଜିଦଖୋର ମନୋବୃତ୍ତିର ବୋଲି କହିଛନ୍ତି । ମହାପ୍ରଭୁ ରାଜ୍ୟ ସରକାରଙ୍କୁ ଓ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି । ଅନ୍ୟପଟେ ବର୍ତ୍ତମାନ କାହିଁକି ମୁହଁ ଖୋଲିଲେ ବୋଲି ସାଂସଦ ପିନାକୀ ମିଶ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସମ୍ବିତ ପାତ୍ର ପୁରୀ ଆସି ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଏହା ସ୍ଵାଗତ ଯୋଗ୍ୟ ହେଲେ ଜଗନ୍ନାଥଙ୍କ ମୂର୍ତ୍ତି କୁ ସାଙ୍ଗରେ ଧରି ବୁଲିବା ଠିକ୍ ହେଉନି ବୋଲି କହିଛନ୍ତି ପୁରୀ ବାସି ।
ହାଇକୋର୍ଟରେ ଏଏସ୍ଆଇ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଚିନ୍ତାଜନକ ତଥ୍ୟ ଉପସ୍ଥାପନ ହୋଇଛି । ଏଏସ୍ଆଇର ସତ୍ୟପାଠ ପରେ ମୁହଁ ଖୋଲିଲି, ଆଉ ଚୁପ୍ ରହିବିନି ବୋଲି ସମ୍ବିତ କହିଛନ୍ତି । ଏକଥା ସମସ୍ତ ଓଡ଼ିଆ ଜାତିକୁ ବାଧିଛି । ଏକ୍ସପୋର୍ଟ କମିଟିଙ୍କ ରିପୋର୍ଟ ଅନୁସାରେ ବିନା ଅନୁମତିରେ କାମ କରାଯାଇଛି । ସ୍ୱାଭାବିକ ଭାବରେ ଏହା ଚିନ୍ତାଜନକ ବିଷୟ । ରାଜ୍ୟ ସରକାର ଧରୋହରକୁ ନଷ୍ଟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏସବୁ କଥା ଜନସାଧାରଣ ଜାଣିବା ଦରକାର । ଜନତା ବର୍ତ୍ତମାନ ଜାଗୃତ ହେବା ଆବଶ୍ୟକ । ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଡିପିଆର ବଦଳାଯାଇଥିବା କହିଥିଲେ । ଯଦି ନିର୍ମାଣରେ ସନ୍ଦେହ ନଥିଲା କାହିଁକି ଡିପିଆର ବଦଳାଉଥିଲେ ବୋଲି ସେ ପ୍ରଶ୍ନ କରିଥିଲେ । ଖନନ ବେଳେ ଅନେକ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ବେଳେପ୍ରକଳ୍ପ ନେଇ ହାଇକୋର୍ଟଙ୍କ ରାୟ ଚିନ୍ତାଜନକ ବୋଲି ସମ୍ବିତ କହିଥିଲେ । ସମ୍ବିତ ପ୍ରଥମେ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପରେ ଐତିହ୍ୟ କରିଡ଼ର ଚତୁପାର୍ଶୋରେ ନିର୍ମାଣ ହେଉଥିବା କାର୍ଯ୍ୟକୁ ବୁଲି ଦେଖିଛନ୍ତି ।ସେଠାରେ କାର୍ଯ୍ୟ ଠିକ୍ ଚାଲିଛି ବୋଲି କହି ମାଟିକୁ ନତ ମସ୍ତକ ଭାବେ ମୁଣ୍ଡିଆ ମାରିଛନ୍ତି । ଜଗନ୍ନାଥଙ୍କୁ ସାଙ୍ଗରେ ଧରି ବୁଲିବା ପରେ ସମ୍ବିତ ଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ଦଳର କର୍ମ କର୍ତ୍ତା କହିଛନ୍ତି ଜଗନ୍ନାଥଙ୍କ ଜାଗାରେ ଏଭଳି ପ୍ରହସନ କରିବା କିଛି ଦରକାର୍ ପଡୁନି,ଜଗନ୍ନାଥ ସବୁଠାରେ ବିଦ୍ୟମାନ,ତମେ ଧରିକି ବୁଲିବା କିଛି ଆବଶ୍ୟକ ମନେ ହେଉନାହିଁ ।
ସେପଟେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାଁରେ ମାମଲା ରୁଜୁ କରିବା ଲାଗି ପୁରୀ ଏସଡିଜେଏମ୍ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନର ଶୁଣାଣି କରି ଏସଡିଜେଏମ୍ ପୁରୀ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।