ଖଇରାରେ ଚାଲିଛି ବିଜେଡିର ମିଶ୍ରଣ ପର୍ବ

ବାଲେଶ୍ବର,(ନାଗରାଜ ନ୍ୟୁଜ): ପବିତ୍ର ଅକ୍ଷୟ ତୃତୀୟା ଠାରୁ ଖଇରାରେ ଚାଲିଛି ବିଜେଡିର ମିଶ୍ରଣ ପର୍ବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ନିକଟରେ ଅନ୍ୟ ଦଳର କର୍ମୀ ମାନଙ୍କ ମିଶିବା ଲାଗି ରହିଛି । ଶ୍ରୀଯୁକ୍ତ ମନ୍ତ୍ରୀ ସେମାନଙ୍କୁ ଫୁଲତୋଡା ଦେଇ ସାଦରେ ଗ୍ରହଣ କରୁଛନ୍ତି । ଆଜି(୦୪/୫/୨୨) ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ଠାରେ ଅନୁଷ୍ଠିତ ୨ୟ ଦିନର ମିଶ୍ରଣ ପର୍ବରେ ଝିଙ୍କିରିଆ ପଞ୍ଚାୟତର ସମିତିସଭ୍ୟା ରଶ୍ମିତା ଜେନା ଅନ୍ୟ ଦଳରୁ ଆସି ମିଶିଥିବା ବେଳେ ଖଇରା ପଞ୍ଚାୟତ ନଟାପଡା ଗ୍ରାମରୁ ଇନ୍ଦ୍ରମଣି ବେହେରା, ମଣିଭଦ୍ର ବେହେରା, ଭୋଳାନାଥ ବିଦାନ୍ତ ଏବଂ ପ୍ରଭାକର ବିଦାନ୍ତ ବିଜେପି ଦଳ ତ୍ୟାଗ କରି ଶାସକ ବିଜେଡ଼ି ଦଳରେ ଯୋଗ ଦେଇଛନ୍ତି । ଦଳ ତାଙ୍କୁ ଫଲତୋଡା ଦେଇ ଉପସ୍ଥିତ ଦଳୀୟ ବିଜେଡି କର୍ମକର୍ତ୍ତା ଓ କର୍ମୀଙ୍କ ଉପସ୍ଥିତରେ ଗ୍ରହଣ କରିଛି । ଏହିପରି ମିଶ୍ରଣ ଆଗକୁ ଆଗକୁ ଜାରି ରହିବ । ଏହାଦ୍ବାରା ଦଳ ଆହୁରି ସୁଦୃଢ ହେବ ଏବଂ ଆଗାମୀ ୨୦୨୪ ନିର୍ବାଚନରେ ଦଳ ଭଲ ଫଳ ପ୍ରଦର୍ଶନ କରିବା ସୁନିଶ୍ଚିତ । ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଉଛି ।

Leave a Reply

Your email address will not be published.