କଟକରେ ପହଞ୍ଚିଲା ଦମ୍ପତିଙ୍କ ମୃତଦେହ

କଟକ,(ନାଗରାଜ ନ୍ୟୁଜ): ତେଲେଙ୍ଗାନା ରାଜ୍ୟର ସିକନ୍ଦରାବାଦର ଲଜ୍‌ରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆ ଦମ୍ପତ୍ତିଙ୍କ ମୃତଦେହ କଟକ କାଫଲା ବଜାର ଘରେ ପହଞ୍ଚିଲା। ଭୁବନେଶ୍ୱର ବିମାନବନ୍ଦରରୁ ସିଧା ସଳଖ କଟକ ପହଞ୍ଚିଥିଲା ଉଭୟଙ୍କ ମୃତଦେହ। ଗତକାଲି ସିକନ୍ଦରାବାଦରେ ଉଭୟଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଆଜି କଟକ ଆସିଛି। ମୃତ୍ୟୁବରଣ କରିଥିବା ଚନ୍ଦନ ଜେଠୀ ଓ ତାଙ୍କ ପତ୍ନୀ ମିତାଲି ମହାପାତ୍ର ଜେଠୀଙ୍କ ମୃତଦେହ କଟକ ପହଞ୍ଚିବା ପରେ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ଵର୍ଗଦ୍ଵାର ନିଆଗଲା। ତେବେ ସୋମବାର ଦିନ ବିଳମ୍ବିତ ରାତିରେ ସିକନ୍ଦରାବାଦର ରୁବି ହୋଟେଲ ଓ ଲଜରେ ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିଲା। ଯେଉଁଥିରେ ସାମିଲ ଥିଲେ କଟକ କାଫଲା ବଜାର ଅଞ୍ଚଳର ଦମ୍ପତ୍ତି ଚନ୍ଦନ ଜେଠୀ ଓ ତାଙ୍କ ସ୍ତ୍ରୀ ମିତାଲି ଜେଠୀ। ଗତ ଏକ ବର୍ଷ ତଳେ ଉଭୟ ବିବାହ କରିଥିଲେ। ବାଙ୍ଗାଲୋରରେ ଉଭୟ ଚାକିରୀ କରୁଥିଲେ। ତେବେ ଟ୍ରେନିଂ ପାଇଁ ସେମାନେ ହାଇଦ୍ରାବାଦର ସିକନ୍ଦରାବାଦକୁ ଆସିଥିଲେ।

Leave a Reply

Your email address will not be published.