ଜଙ୍ଗଲ ଭିତରେ ମାଟି ତଳୁ ଖୋଳା ଚାଲିଛି ଶବ

ଖଇରା,(ନାଗରାଜ ନ୍ୟୁଜ): ମାଟି ତଳୁ ଖୋଳା ଚାଲିଛି ଶବ । ଜଙ୍ଗଲ ଭିତରେ ପୋତିବାର ତିନି ଦିନ ପରେ ମାଟି ତଳୁ ଖୋଳା ହେଲା ମହିଳାଙ୍କ ଦଳିତ ଶବ । ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡା ଗାଁରେ ଦେଖିବାକୁ ମିଳିଛି । ଅଭୟ ସିଂଙ୍କ ସ୍ତ୍ରୀ ମଞ୍ଜୁଲତା ସିଂ । ତାଙ୍କୁ ଦିଅର ଏବଂ ଶଶୁର ମାରି ପୋତି ଦେଇଥିବା ବାପ ଘର ଲୋକ ସୋର ଥାନାରେ ଅଭିଯୋଗ କରିଥିଲେ । ପରେ ସୋର ପୋଲିସ ଏବଂ ସ୍ଥାନୀୟ ତହସିଲଦାର ପହଁଛି ମାଟି ତଳୁ ଶବ ଖୋଳି ବାହାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବରୁ ମୃତ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଏବେ ଝିଅକୁ ଶାଶୁଘର ଲୋକେ ମାରିଦେଇଥିବା ମୃତକଙ୍କ ମା’ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଶାଶୁ ଘର ଲୋକେ କହିଥିଲେ । ଦିଅର ଏବଂ ଶଶୁର ଫେରାର ଅଛନ୍ତି । ଶବ ବ୍ୟବଛେଦ ପାରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ସୋର ପୋଲିସ କହିଛି ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.