ଓଲଟିଲା ବରଯାତ୍ରୀ ବୋଲେରୋ, ୬ ରୁ ଉର୍ଦ୍ଧ୍ବ ଆହତ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଓଲଟିଲା ବରଯାତ୍ରୀ ବୋଲେରୋ, ୬ ଜଣରୁ ଉର୍ଦ୍ଧ୍ବ ଆହତ । ଏମିତି ଏକ ଘଟଣା ଘଟିଛି ଖଇରା ଥାନା ଅଞ୍ଚଳରେ । ଖବର ସଂଗ୍ରହରୁ ଜଣାଯାଇଛି ଯେ ବାଲେଶ୍ଵର ଜିଲ୍ଲା ସୋର-କୁପାରୀ-ଆଗରପଡା ରାସ୍ତାର ପଦୁନା ଗ୍ରାମ ନିକଟରେ ଭୋର ସମୟରେ ଏକ ବରଯାତ୍ରୀ ବୋଲେରୋ ଗାଡି ଓଲଟି ପଡିଛି । ସେଥିରେ ଥିବା ୬ ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛି । ଏହା ଦେଖି ରାସ୍ତାରେ ଯାଉଥିବା ଛେଳି ବେପାରୀ ଗାଡି ଭିତରୁ ଆହତ ମାନଙ୍କୁ ଉଦ୍ଧାର କରିଥିଲେ । ଉକ୍ତ ବରଯାତ୍ରୀ ବୋଲେରୋ ଗାଡିଟି ସୋର ଅଞ୍ଚଳକୁ ବରଯାତ୍ରୀ ମାନଙ୍କୁ ନେଇ ଯାଇଥିଲା । ସେଠାରୁ ବିବାହ କାର୍ଯ୍ୟ ସାରି କେନ୍ଦୁଝର ଜିଲ୍ଲା ଛେନାପଦୀ ଅଞ୍ଚଳକୁ ଫେରୁଥିବା ବେଳେ ପଦୁନା ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା, ଯାହା ଘଟଣା ସ୍ଥଳରେ ଉପସ୍ଥିତ ଥିବା ଜନସାଧାରଣଙ୍କ ସୂଚନା ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡିନାହିଁ । ରାତି ଅନିଦ୍ରା ହେତୁ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା ତଳକୁ ଉଲଟି ପଡିଥିବାର ସନ୍ଦେହ କରାଯାଇଛି । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.