ସୁନ୍ଦରଗଡ଼, (ଦଶରଥ ପୋଡ଼): ଚାରୋଟି ବାମଦଳପାର୍ଟି ସିପିଆଇ ଏମ୍, ସିପିଆଇ ଏମ୍ଏଲ, ଫର୍ୱାଡ୍ ବ୍ଳକ ଏବଂ କଂଗ୍ରେସଦଳ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଖାଇବା ତେଲ, ଆଳୁ ଓ ପିଆଜର ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ଟାରୁ ଅପରାହ୍ନ ୧୨ ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଆଜି ଏହି ଚାରି ଦଳର ନେତାମାନେ ରାସ୍ତାକୁ ଓଲ୍ଲାଇ ବିଭିନ୍ନ ପ୍ରକାରର ସ୍ଳୋଗାନ ମାନ ଦେଇ ଜାତୀୟ ରାଜ୍ୟରାଜପଥକୁ ବନ୍ଦ ରଖିଥିଲେ ।
ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପେଟ୍ରୋଲିୟମ ମନ୍ତ୍ରୀ ହରଦିପ ସିଂଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ବନ୍ଦ ପାଳନକୁ ସଫଳ କରିବା ପାଇଁ ଏହି ଦଳଗୁଡ଼ିକ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ । ହେଲେ ରାଜଗାଙ୍ଗପୁର ସହରରେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା ବିଭିନ୍ନ ଦୋକାନ ଏବଂ ପେଟ୍ରୋଲପମ୍ଫଗୁଡିକ ଖୋଲାଥିବା ଦେଖିବାକୁ ମିଳିଥିଲା ।