ଭାରସାମ୍ୟ ହରାଇ ନାଳରେ ଖସିପଡ଼ିଲା କାର

ବାଙ୍କୀ, (ନାଗରାଜ ନ୍ୟୁଜ): ଭାରସାମ୍ୟ ହରାଇ ନାଳରେ ଖସିପଡ଼ିଲା କାର । ଅଳ୍ପକେ ବର୍ତ୍ତୀଲେ ଡ୍ରାଇଭର ଓ ତାଙ୍କ ସହଯୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଥାନା ଅନ୍ତର୍ଗତ ସିମିଳିପୁର ପଂଚାୟତ ନିକଟ କଇଁଆ ନାଳ ଉପରେ । ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଛି । ଉକ୍ତ କାର ଡ୍ରାଇଭରଙ୍କ ଘର ନିକଟ ସିସୁଆ ଗ୍ରାମର ବୋଲି ଜଣାପଡିଛି । କାରଟି ବିଲିପଡା ଅଞ୍ଚଳରୁ ଶିଶୁଆ ଆସୁଥିବା ବେଳେ ବାଟରେ କଇଁଆ ନାଳ ପୋଲ ରହିଥିବା ପିଲର ଖୁଣ୍ଟିରେ ଧକ୍କା ହୋଇଯାଇଥିଲା । ଆଉ ନାଳ ମଧ୍ୟକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ  ଉଦ୍ଧାର କରିଥିଲେ । ସେମାନେ ସୁରକ୍ଷିତ ଥିବାବେଳେ ନାଳରୁ କାରଟିକୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ବାହାର କରାଯାଇଛି ।

Leave a Reply

Your email address will not be published.