ଭୁଶୁଡ଼ିଲା ସ୍ମାର୍ଟ ପୋଖରୀର ନିର୍ମାଣଧୀନ ସ୍ମାର୍ଟ ପାଚେରୀ

ବାଙ୍କୀ: ଭୁଶୁଡ଼ିଲା ସ୍ମାର୍ଟ ପୋଖରୀ ଚାରିପଟେ ନିର୍ମାଣଧୀନ ସ୍ମାର୍ଟ ପାଚେରୀ । ଅଳ୍ପକେ ବର୍ତିଲେ ଲୋକେ । ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ଗ୍ରାମଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଏନଏସି ଅନ୍ତର୍ଗତ ଚକପଦା ଗ୍ରାମ ପୋଖରୀରେ । ଏଠି ସରକାରଙ୍କ ପକ୍ଷରୁ ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ ପୋଖରୀର ଚାରିପଟେ ବାଙ୍କୀ ଏନଏସି ପକ୍ଷରୁ ପୋଖରୀ ଚାରିପଟେ ପ୍ରାପ୍ତ ଭ୍ରମଣର ବ୍ୟବସ୍ଥା ଓ ପୋଖରୀର ସୌନ୍ଦର୍ଯ୍ୟ କରଣ ସହ ପୋଖରୀ ଚାରିପଟେ ସିମେଣ୍ଟ ଢଳାଇ ୱାର୍ଲ ତିଆରି ହେଉଥିବା ବେଳେ ଏବେ କାମ ହେବାର ମାତ୍ର ୭ ଦିନ ନବିତୁଣୁ ଭୁଶୁଡିଲା ସୁରକ୍ଷା ୱାର୍ଲ । ୱାଲ ଭୁଷୁଡ଼ି ପଡିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଗ୍ରାମବାସୀ ।

ସୂଚନା ଥାଉକି ଏ ହେଉଛି ଚକାପଦା ଗ୍ରାମର ଏକମାତ୍ର ପୋଖରୀ । ଏହି ପୋଖରୀରେ ଗ୍ରାମଲୋକେ ସ୍ନାନସଉଚ ଆଦି କରିଥାନ୍ତି । ଏହି ପୋଖରୀରେ ମାଛ ଚାଷ କରାଯାଇ ନିଲାମ ହୁଏ ଯାହା ଲାଭ ମିଳେ ଗ୍ରାମର ଉନ୍ନୟନ ମୂଳକ କାମରେ ଲାଗି ଥାଏ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ମାତ୍ର ସାତଦିନ ହେବ ପାଚେରୀ ନିର୍ମାଣ ହୋଇଥିବା ବେଳେ କିଭଳି ଭୁଶୁଡ଼ିଲା ଏହି କଂକ୍ରିଟ ୱାର୍ଲ ତାହା ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସଠିକ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published.