ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ, (ନାଗରାଜ ନ୍ୟୁଜ): ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଚକ ନିର୍ମାଣ ରେ ଲାଗିପଡିଛନ୍ତି ସେବକ ମାନେ । ଆଗକୁ ଭଉଁରୀ ତିଥି ଥିବା ରୁ ଚକ ଅଖ ଡେରା ନୀତି ପାଇଁ ଚକ ନିର୍ମାଣ ଚାଲି ଥିବା ବେଳେ ଅର ରେ ପଇ ସଂଯୋଗ କରାଯାଉଛି ତିନିରଥର ରୂପକାର ସେବକମାନେ ବାରଗୋଟି ଗୁଜ କାଠରେ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରୁଛନ୍ତି । ଏତତ୍ ବ୍ୟତୀତ ତିନିରଥର ମହାରଣା ମାନେ ଗୁଜ, କୁଡୁକା, ଜଳଯନ୍ତ୍ର, ତିଖ ଗୁଜ ନିର୍ମାଣ କରୁଛନ୍ତି। ଅର ସଂଯୋଗ ତୁମ୍ବ ଗୁଡିକୁ ରଥ ଖଳାଠାରେ ତୁମ୍ବ ବିନ୍ଧ କାରୀଗରଙ୍କୁ ଯୋଗାଇବାପରେ,ତୁମ୍ବବିନ୍ଧ କାରୀଗର ତୁମ୍ବ ରେ ବିନ୍ଧ କାର୍ଯ୍ୟ କରି କରିଛନ୍ତି । ତାଳଧ୍ଵଜ ରଥର ମୋଟ ୧୧ ଗୋଟି କୋଣ ଗୁଜ ବା ସାଲଗୁଜ ରୁ ୭ଗୋଟି ଗୁଜ ଚଉପଟ କରି ତାଳଧ୍ଵଜ ରଥ ମହାରଣା ମାନେ ରୂପକାର ସେବକଙ୍କୁ ଯୋଗାଇଚନ୍ତି । ତାଳଧ୍ଵହ ରଥ ମହାରଣା ସେବକ ମାନେ ଆଉ ୪ ଗୋଟି ସାଲଗୁଜ ନିର୍ମାଣ ସହ, ଜଳଯନ୍ତ୍ର, କୁଡୁକା ନିର୍ମାଣ ଜରୀରଖି ଛନ୍ତି। ଏଥିସହ ଯନ୍ତା ପଟା ନିର୍ମାଣକାରୀ ସେଥିରେ ବିନ୍ଧକାର୍ଯ୍ୟ କରୁଛନ୍ତି , ଦେବଦଳନ ରଥର ୭ଗୋଟି ଗୁଜ ନିର୍ମାଣ କରି ଦେବଦଳନ ରଥ ମହାରଣା ରୂପକାର ସେବକଙ୍କୁ ଯୋଗାଇ ଥିଲେ ବାକି ୪ ଗୋଟି ଗୁଜ ଦେବଦଳନ ରଥ ମହାରଣା ମାନେ ଯୋଗାଇବା ସହ,ତିଖଗୁଜ,ଜଳଯନ୍ତ୍ର ସହ ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ପାଇଁ ଅର ସାଲ କାମ ଚାଲୁରହିଛି । ନନ୍ଦିଘୋଷ ରଥର ମହାରଣା ସେବକ ମାନେ ୧୧ ଗୋଟି ଗୁଜ ଚଉପଟ କରି ରୂପକାର ସେବକଙ୍କୁ ଯୋଗାଇବା ସହ ଆରଯୁକ୍ତ ତୁମ୍ବ ରେ ପଇ ପିନ୍ଧାଇବା ପାଇଁ ଯନ୍ତାପଟା ନିର୍ମାଣ କରି ସେଥିରେ ବିନ୍ଧ ଖୋଳା କାର୍ଯ୍ୟ କରିଛନ୍ତି ଦୋଳବେଦୀ କମା ଶାଳ ରେ ତିନିରଥର ଓଝା ସେବକ ମାନେ ତୁମ୍ବ ରେ ସଂଯୋଗ ପାଇଁ ପଂଦାରୀ, ବଳା ସହ ଅରକଣ୍ଟା ପ୍ରସ୍ତୁତି ଜାରୀ ରଖିଛନ୍ତି ।

Leave a Reply

Your email address will not be published.